ଓଡିଶା

odisha

By

Published : Mar 3, 2023, 7:50 AM IST

ETV Bharat / bharat

ବ୍ୟବସାୟଠୁ ବଳିଗଲା ପରିବହନ ଖର୍ଚ୍ଚ: 1800 ଖର୍ଚ୍ଚ କରି ମାର୍କେଟରେ ପହଞ୍ଚିଲେ, ରୋଜଗାର ହେଲା 1400

୨୫ ବସ୍ତା ଫୁଲକୋବି ବିକ୍ରି କରି ୪୦୦ ଟଙ୍କା କ୍ଷତି ସହିଲେ ହିମାଚଳପ୍ରଦେଶର ଚାଷୀ । କୋବି ବିକ୍ରି କରି ୧୪୦୦ ଟଙ୍କା ରୋଜଗାର କରିଥିବା ବେଳେ ମାର୍କେଟ ପହଞ୍ଚିବା ଲାଗି ଖର୍ଚ୍ଚ କରିଛନ୍ତି ୧୮୦୦ଟଙ୍କା । ଅଧିକ ପଢନ୍ତୁ

solan sabji mandi
solan sabji mandi

ସିମଲା: କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଅନେକ ପ୍ରତିଶୃତି ଦିଅନ୍ତି । ହେଲେ ବାସ୍ତବତାର ଚିତ୍ର କିଛି ଅଲଗା । ରୋଜଗାର ଯେତିକି ହେଉନି ତା'ଠୁ ପରିବହନ ଖର୍ଚ୍ଚ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜଣେ ଚାଷୀ ୨୫ ବସ୍ତା କୋବି ବିକ୍ରି କରି ୧୪୦୦ ଟଙ୍କା ରୋଜଗାର କରିଥିବା ବେଳେ ତା'ଠୁ ଅଧିକ ରହିଛି ପରିବହନ ଖର୍ଚ୍ଚ । ତାଙ୍କୁ ବଜାରରେ ପହଞ୍ଚିବା ଲାଗି ପଡୁଛି ଅଧିକ ୪୦୦ ଟଙ୍କା ଅର୍ଥାତ ୧୮୦୦ ଟଙ୍କା । ଫଳରେ ଚାଷୀ ଜଣକ ମୂଳ ଧନ ପାଇପାରିନାହାନ୍ତି । ହିମାଚଳପ୍ରଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଚାଷୀ ଜଣକ ୪୦୦ ଟଙ୍କା କ୍ଷତି ସହିଛନ୍ତି । ସୋଲନ ପରିବା ମଣ୍ଡିକୁ ଫୁଲକୋବି ନେଇ ଆସିଥିବା ଚାଷୀ ପ୍ରେମ କହିଛନ୍ତି ଯେ ସେ ୨୫ ବସ୍ତା ଫୁଲକୋବି ବିକ୍ରି କରିବା ଲାଗି ଆଣିଥିଲେ । ଯାହାକୁ ବିକ୍ରି କରି ସେ ୧୪୦୦ ଟଙ୍କା ରୋଜଗାର କରିଛନ୍ତି । ମାତ୍ର ମଣ୍ଡି ପହଞ୍ଚିବା ଲାଗି ସେ ଖର୍ଚ୍ଚ କରିଛନ୍ତି ୧୮୦୦ ଟଙ୍କା । ସେ ୧କେଜି କୋବିକୁ ଅଢେଇ ଟଙ୍କାରେ ବିକ୍ରି କରୁଥିବା ବେଳେ ଗୋଟିଏ ବସ୍ତାକୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି । କୋବି ଲଗାଇବା ଠାରୁ ଆରମ୍ଭ କରି ଫସଲ କାଟିବା, ଧୋଇବା ଓ ମଣ୍ଡି ନିକଟରେ ପହଞ୍ଚିବା ଲାଗି ଖର୍ଚ୍ଚ ହେଉଛି ୧୮୦୦ ଟଙ୍କା । ମାତ୍ର କୋବି ବିକ୍ରି କରି ସେ ରୋଜଗାର କରୁଛନ୍ତି ୧୪୦୦ ଟଙ୍କା । ଯାହାଦ୍ବାରା ସେ ମୂଳଧନ ପାଇପାରୁନଥିବା କହିଛନ୍ତି ।

ବିରବରର ପାହାଡ କୋବି କିଲୋଗ୍ରାମ ପିଛା ୪ ଟଙ୍କାରେ ବିକ୍ରି ହେଉଥିବାବେଳେ ହରିୟାଣାରୁ ଆସୁଥିବା କୋବି କିଲୋଗ୍ରାମ ପିଛା ୫ ଟଙ୍କାରେ ବିକ୍ରି ହେଉଛି। ଏଥିସହିତ କୃଷକମାନଙ୍କଠାରୁ କେଜି ପିଛା ୨୦୦୦ ଟଙ୍କା ମୂଲ୍ୟରେ କୋବି କିଣାଯାଉଛି। ସମାନ ଅବସ୍ଥାରେ ପାହାଡ ମଟର ସହିତ ଅନ୍ୟ ପନିପରିବାର ମୂଲ୍ୟ ମଧ୍ୟ ମିଳୁନାହିଁ । ମହାରାଷ୍ଟ୍ର ଏବଂ ପଞ୍ଜାବରୁ ଆସୁଥିବା ମଟରରୁ ପାହାଡି ମଟରର ଚାହିଦା ଅଧିକ ରହିଛି । ଏହି ରାଜ୍ୟଗୁଡିକର ମଟର ବଜାରରେ କିଲୋଗ୍ରାମରୁ ୧୨ରୁ ୧୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ।

ମଟର ଚାଷ କରୁଥିବା ହିମାଚଳ ପ୍ରଦେଶର ଚାଷୀମାନେ କହିଛନ୍ତି ଚଳିତ ବର୍ଷ କମ ବର୍ଷା ଯୋଗୁଁ ଏଥର ମଟର ଫସଲ ପ୍ରଭାବିତ ହୋଇଛି । କମ ଅମଳ ଯୋଗୁଁ ଏହା ଭଲ ମୂଲ୍ୟ ପାଇବ ବୋଲି ଆଶା କରାଯାଉଥିଲା, କିନ୍ତୁ ବାହ୍ୟ ରାଜ୍ୟରୁ ଶସ୍ତା ମଟର ଆସୁଥିବାରୁ ଏହାର ସଠିକ ମୂଲ୍ୟ ମିଳିପାରୁନାହିଁ । ଫଳରେ କ୍ଷତି ସହିବାକୁ ପଡୁଛି ।

ABOUT THE AUTHOR

...view details