ଓଡିଶା

odisha

By

Published : Dec 19, 2022, 11:12 AM IST

ETV Bharat / bharat

ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ମୋଦିଙ୍କ ସହ ସାକ୍ଷାତ ବାତିଲ୍‌

କୋରୋନାରେ ଆକ୍ରାନ୍ତ ହେଲେ ହିମାଚଳ ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ଦେବାକୁ ଥିବା କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବେଳେ ବର୍ତ୍ତମାନ ଦିଲ୍ଲୀରେ ରହିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ହିମାଚଳ ମୁଖ୍ୟମନ୍ତ୍ରୀ
ହିମାଚଳ ମୁଖ୍ୟମନ୍ତ୍ରୀ

ଶିମଲା:ହିମାଚଳର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା (Himachal CM Sukhvinder Singh Tested Corona positive)। ସୁଖବିନ୍ଦର ସିଂ ସୁଖୁ ଦିଲ୍ଲୀ ଗସ୍ତରେ ରହିଥିବା ବେଳେ କୋରୋନା ପଜିଟିଭ ହୋଇଥିବା ଜଣାପଡିଛି ।

ସୂଚନାଅନୁସାରେ, ହିମାଚଳ ମୁଖ୍ୟମନ୍ତ୍ରୀ ପ୍ରଥମେ 14 ଡିସେମ୍ବରରେ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଏହାପରେ ସେ ରାଜସ୍ଥାନ ଗସ୍ତ କରିଥିଲେ । ସେ ପ୍ରଥମେ ଜୟପୁର ଏବଂ ପରେ ଦୌସା ଯାଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ । ଡିସେମ୍ବର ୧୫ ତାରିଖରେ ହିମାଚଳ ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଦିଲ୍ଲୀରୁ ରାଜସ୍ଥାନ ଆସି ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:100ଦିନରେ ଭାରତ ଯୋଡ ଯାତ୍ରା, ସାମିଲ ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ

ତେବେ ଆଜି ମୁଖ୍ୟମନ୍ତ୍ରୀ ସୁଖୁଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ବୈଠକ ହୋବାର କାର୍ଯ୍ୟକ୍ରମ ଥିଲା । ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ଏହାପରେ ରିପୋର୍ଟ ପଜିଟିଭ ଆସିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସିଏମ୍ ସୁଖବିନ୍ଦର ସିଂ ସୁଖୁ ଆଜି ସନ୍ଧ୍ୟା ସୁଦ୍ଧା ଶିମଲା ଫେରିଥାନ୍ତେ । ତେବେ ବର୍ତ୍ତମାନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେ ଦିଲ୍ଲୀରେ ରହିବେ ନେଇ ସୂଚନା ଦିଆଯାଇଛି । ହିମାଚଳ ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର 22ରୁ ଅନୁଷ୍ଠିତ ହେବାକୁ ଯାଉଛି । ଏହା ହିମାଚଳର ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ବିଧାନସଭା ଅଧିବେଶନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details