ଶିମଲା: ଆଜି ହିମାଚଳ ପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି(Himachal cabinet expanded) । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂଙ୍କ କ୍ୟାବିନେଟରେ 7 ଜଣ ବିଧାୟକ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । ଶିମଲା ସ୍ଥିତ ରାଜ ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ବିଧାୟକଙ୍କୁ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ସୁଖବିନ୍ଦରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ 7 ବିଧାୟକ:ସୁଖବିନ୍ଦରଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ । ସେହିପରି ଅନ୍ୟ ୬ଜଣ ହେଉଛନ୍ତି ବିଧାୟକ ଧାନୀ ରାମ ଶାଣ୍ଡିଲ, ପାଞ୍ଚ ଥର ବିଧାୟକ ହୋଇଥିବା ହର୍ଷବର୍ଦ୍ଧନ ସିଂ ଚୌହାନ, ଜଗତ ସିଂ ନେଗି, ରୋହିତ ଠାକୁର, ଅନିରୁଦ୍ଧ ସିଂହ ଓ ବିଧାୟକ ଚନ୍ଦ୍ର କୁମାର ଶପଥ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ ।
ଗତକାଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ''ଦଳର ହାଇକମାଣ୍ଡଙ୍କ ତରଫରୁ ବିଧାୟକଙ୍କ ନାମ ସୁପାରିସ କରାଯାଇଥିଲା । ଆଜି ସେମାନେ ଶପଥ ଗ୍ରହଣ କରିବୋ ପ୍ରଥମ କ୍ୟାବିନେଟ ବୈଠକରେ ରାଜ୍ୟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରାଯିବ । ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା ଯେ ଯଦି ଆମେ କ୍ଷମତାକୁ ଫେରୁ ତେବେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବୁ ।'' ଗତକାଲି ଦଳର ହାଇକମାଣ୍ଡକୁ ଦିଲ୍ଲୀରେ ଭେଟିବା ପରେ ସନ୍ଧ୍ୟା ସମୟରେ ଶିମଲା ଫେରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇପାରନ୍ତି ବୋଲି ମଧ୍ୟ କହିଥିଲେ ।