ବେଙ୍ଗାଲୁରୁ: କର୍ଣ୍ଣାଟକରେ ହଟିଲା ହିଜାବ ବ୍ୟାନ । ସିଦ୍ଧରମୈୟାଙ୍କ କଂଗ୍ରେସ ସରକାର କର୍ଣ୍ଣାଟକରେ ହିଜାବ ବ୍ୟାନ ହଟାଇ ଦେଇଛନ୍ତି । ନିଜ ପସନ୍ଦରେ କପଡା ପିନ୍ଧିବା ସମସ୍ତଙ୍କର ନିଜସ୍ବ ଅଧିକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଏଣିକି ମୁସଲିମ ଛାତ୍ରୀମାନେ ଆଗଭଳି ହିଜାବ ପିନ୍ଧି ସ୍କୁଲ ଓ କଲେଜକୁ ଆସିପାରିବେ । ଆଜିଠୁ (ଶନିବାର) ଏହି ବ୍ୟାନ ହଟାଇବାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘୋଷଣା କରିଛନ୍ତି । ୨୦୨୨ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାର ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ ନିଷିଦ୍ଧ କରିଥିଲା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, '' ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ, ସବ୍କା ବିକାଶ କଥା ମିଛ । ବିଜେପି ପୋଷାକ ଓ ଜାତି ଆଧାରରେ ଲୋକ ଓ ସମାଜକୁ ବାଣ୍ଟୁଛନ୍ତି । ନିଜ ପସନ୍ଦରେ ଖାଦ୍ୟ ଖାଇବା ଓ ପୋଷାକ ପିନ୍ଧିବାର ଅଧିକାର ସମସ୍ତଙ୍କର ଅଛି । ଏଥିରେ କେହି ବାଧା ଦେବା ଅନୁଚିତ୍ । ତେଣୁ ରାଜ୍ୟରେ ଲାଗୁ ହିଜାବ ବ୍ୟାନ ନିର୍ଦ୍ଦେଶ ହଟାଇବାକୁ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସମସ୍ତେ ନିଜ ଇଚ୍ଛାରେ ଖାଦ୍ୟ ଖାଇପାରିବେ ଓ ପୋଷାକ ପିନ୍ଧିପାରିବେ ।''
ଏହା ମଧ୍ୟ ପଢନ୍ତୁ: Hijab Violence: ତେଜୁଛି ହିଜାବ ବିବାଦ, ୨୨ ଯାଏଁ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ