ଓଡିଶା

odisha

ETV Bharat / bharat

ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଘୋଷଣା କରିବା ଆବଶ୍ୟକ: ଲକ୍ଷ୍ନୌ ହାଇକୋର୍ଟ ବେଞ୍ଚ - ଲକ୍ଷ୍ନୌ ହାଇକୋର୍ଟ ବେଞ୍ଚ

ଗୋ ହତ୍ୟା ଅଧିନିୟମକୁ ରଦ୍ଦ କରିବା ଲାଗି ଆବେଦନକୁ ଖାରଜ କରିବା ସହ ଗୋମାତାକୁ ସଂରକ୍ଷିତ ଜାତୀୟ ପଶୁ ରୂପେ ଘୋଷଣା କରିବା ଆବଶ୍ୟକତା ଥିବା ରାୟ ଦେଲେ ଲକ୍ଷ୍ନୌ ହାଇକୋର୍ଟ ବେଞ୍ଚ । ଅଧିକ ପଢନ୍ତୁ

cow-as-national-animal
cow-as-national-animal

By

Published : Mar 5, 2023, 8:48 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବେ ଘୋଷଣା କରାଯିବାର ଆବଶ୍ୟକତା ରହିଥିବା କଥା କହିଛନ୍ତି । ଏହାସହ ଗୋ ହତ୍ୟା ଅଧିନିୟମକୁ ରଦ୍ଦ କରିବା ଲାଗି ଆବେଦନ ହୋଇଥିବା ପତ୍ରକୁ ଖାରଜ କରିଛନ୍ତି । ଯେଉଁମାନେ ଗୋମାତାକୁ ହତ୍ୟା କରୁଛନ୍ତି ସେମାନେ ନର୍କରେ ରହିବେ ଏବଂ ଶରୀରରେ ଯେତେ କେଶ ରହିଛି ସେତିକି ବର୍ଷ ନର୍କରେ ସଜା ଭୋଗିବେ ବୋଲି ଏକ ଧାର୍ମିକ ଉକ୍ତି ଦୋହରାଇଛନ୍ତି ହାଇକୋର୍ଟ ।

ହାଇକୋର୍ଟ ଏହି ଧାର୍ମିକ ଟିପ୍ପଣୀ ସହିତ ଗୋ ହତ୍ୟା ଅଧିନିୟମକୁ ରଦ୍ଦ ଲାଗି ମନା କରିବା ସହିତ ଏହି ଆବେଦନ ପତ୍ରକୁ ଖାରଜ କରିଛନ୍ତି । ଜଷ୍ଟିସ ଶମିମ ଅହମ୍ମଦ ବାରାବଙ୍କୀ ଅଧିବାସୀ ମହମ୍ମଦ ଅବ୍ଦୁଲ ଖାଲିକଙ୍କ ଦ୍ବାରା ଆବେଦନ ହୋଇଥିବା ଏହି ମାମଲାକୁ ଖାରଜ କରିଛନ୍ତି । ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ଖଣ୍ଡପୀଠ କହିଛନ୍ତି ଯେ ଦେଶରେ ଲଗାତାର ଭାବେ ଗୋ ହତ୍ୟା ହେଉଛି । ଏହାକୁ ରୋକିବା ଲାଗି ଆବେଦନ ମଧ୍ୟ କରାଯାଉଛି । ଏହାସହିତ ଗୋ ହତ୍ୟାକୁ ରୋକିବା ଲାଗି କେନ୍ଦ୍ର ସରକାର ଅନେକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ଏହା ବି ପଢନ୍ତୁ- ପୁଣି ଥରେ ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ

ହିନ୍ଦୁ ଧର୍ମରେ ଗାଈକୁ ପଶୁମାନଙ୍କ ମଧ୍ୟରେ ସବୁଠୁ ପବିତ୍ର ପଶୁ ଭାବେ ବିବେଚନା କରାଯାଏ । ସମସ୍ତ କାମନା ବା ଇଚ୍ଛାକୁ ପୂର୍ଣ୍ଣ କରୁଥିବା 'କାମଧେନୁ' ଭାବରେ ପୂଜା କରାଯାଏ । ଧାର୍ମିକ ଗ୍ରନ୍ଥ ସମ୍ପର୍କରେ ଖଣ୍ଡପୀଠ ଆଲୋଚନା କରି କହିଥିଲେ ଯେ ପୁରାଣ କଥାବସ୍ତୁରେ ଗୋବଂଶର ମହତ୍ତ୍ବ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ବୈଦିକ କାଳରେ ଗୋବଂଶକୁ ମନୁସ୍ମୃତି, ମହାଭାରତ ଓ ରାମାୟଣରେ ଧାର୍ମିକ ମହତ୍ତ୍ବ ସହିତ ସର୍ବାଧିକ ଆର୍ଥିକ ମହତ୍ତ୍ବ ଦିଆଯାଇଥିବା ବର୍ଣ୍ଣନା କରାଯାଇଛି । ଗୋମାତାଠୁ ମିଳୁଥିବା ଦ୍ରବ୍ୟରୁ ପଞ୍ଚାମୃତ ତିଆରି ହୋଇଥାଏ ।

ଏଥିଲାଗି ପୁରାଣରେ ଗୋଦାନକୁ ସର୍ବୋତ୍ତମ ବୋଲି କୁହାଯାଇଥାଏ । କୋର୍ଟ ଆହୁରି କହିଛନ୍ତି ଯେ ରାମଙ୍କ ବିବାହ ଉତ୍ସବରେ ଗୋମାତାକୁ ଉପହାର ରୂପରେ ପ୍ରଦାନ କରାଯାଇଥିଲା । ଜଷ୍ଟିସ ଶମିମ ଅହମ୍ମଦ ଆବେଦନକାରୀ ଅବ୍ଦୁଲ ଖାଲିକଙ୍କ ଆବେଦନକୁ ଖାରଜ କରିବା ସମୟରେ ଏହି ଶୁଣାଣି କରିଥିଲେ । ହିନ୍ଦୁ ରାଷ୍ଟ୍ର ଭାରତରେ ଗୋ ହତ୍ୟାକୁ ନିଷେଧ କରାଯାଇଥିବା ସତ୍ତ୍ବେ ଲଗାତାର ଏପରି ହତ୍ୟା ହେଉଥିବା ଖବର ସାମ୍ନାକୁ ଆସୁଛି । ତେବେ ଆବେଦନକାରୀ ଗୋ ହତ୍ୟା ଲାଗି ଥିବା ଆଇନକୁ ରଦ୍ଦ କରିବା ଲାଗି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର କୋର୍ଟ ଆବେଦନକୁ ଖାରଜ କରିଛନ୍ତି ।

ABOUT THE AUTHOR

...view details