ଶ୍ରୀନଗର: ଆର୍ମି, ବିଏସଏଫ ଏବଂ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ସହଯୋଗରେ ଏଲଓସି ସଂଲଗ୍ନ କର୍ଣ୍ଣାହ ଜଙ୍ଗଲରୁ 50 କୋଟି ଟଙ୍କାର ହେରୋଇନ ଜବତ କରାଯାଇଛି । ଅଫିସିଆଲ ସୂତ୍ରରୁ ଜଣାପଡିଛି ଯେ, ଗତକାଲି ରାତିରେ ଏହି ମାଦକ ଦ୍ରବ୍ୟର କାରବାର ଚାଲିଥିବା ବେଳେ ତଙ୍ଗଧର ସେକ୍ଟରରେ ଧରାପଡିଥିଲା ।
ସୀମାରେ 50 କୋଟିର ହେରୋଇନ ଜବତ
ଆର୍ମି, ବିଏସଏଫ ଏବଂ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ସହଯୋଗରେ ଏଲଓସି ସଂଲଗ୍ନ କର୍ଣ୍ଣାହ ଜଙ୍ଗଲରୁ 50 କୋଟି ଟଙ୍କାର ହେରୋଇନ ଜବତ କରାଯାଇଛି । ଅଧିକ ପଢନ୍ତୁ...
ସୀମାରେ 50 କୋଟିର ହେରୋଇନ ଜବତ
ଜବତ ହୋଇଥିବା ହେରୋଇନ ଓଜନ 10 କିଲୋଗ୍ରାମ ହୋଇଥିବା ବେଳେ ବଜାର ଦର 50000 ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି କାର୍ଯ୍ୟକଳାପରେ ଜଡିତ କର୍ଣ୍ଣାହ ତହସିଲର ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏହି ଅପରେସନ୍ ଚାଲିଥିଲା ଏବଂ ଆଗାମୀ ଦିନରେ କିଛି କିଙ୍ଗପିନଙ୍କୁ ଗିରଫ କରିବାର ସମ୍ଭାବନା ଅଧିକ ରହିଛି ବୋଲି ବିବୃତ୍ତିରେ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ