ଓଡିଶା

odisha

ETV Bharat / bharat

JNPT portରୁ 300 କୋଟିର ହେରୋଇନ ଜବତ

ନାଭି ମୁମ୍ବାଇର JNPT ବନ୍ଦରରୁ 300 କୋଟି ମୂଲ୍ୟର ହେରୋଇନ ଜବତ ହୋଇଛି । ଅଧିକ ପଢନ୍ତୁ...

By

Published : Jul 3, 2021, 5:35 PM IST

JNPT portରେ 300 କୋଟିର ହେରୋଇନ ଜବତ
JNPT portରେ 300 କୋଟିର ହେରୋଇନ ଜବତ

ମୁମ୍ବାଇ:ମହାରାଷ୍ଟ୍ରର ନାଭି ମୁମ୍ବାଇ ଅଞ୍ଚଳରେ ଥିବା ଜୱାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ(JNPT)ରୁ 300 କୋଟି ମୂଲ୍ୟର ନିଶା ଦ୍ରବ୍ୟ ହେରୋଇନ ଜବତ ହୋଇଛି । ତେବେ ଜବତ ହୋଇଥିବା ହେରୋଇନ ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେବା ସମ୍ପର୍କରେ ଖବର ପାଇ ପୋଲିସ ଚଢାଉ କରିଥିଲା ।

JNPT portରେ 300 କୋଟିର ହେରୋଇନ ଜବତ

ଜବତ ହୋଇଥିବା ହେରୋଇନର ଓଜନ 290 କିଲୋଗ୍ରାମ ବୋଲି ଜଣାପଡିଛି । ଏହି ନିଶାଦ୍ରବ୍ୟଗୁଡିକ ଟାଲକମ ପାଉଡର ଥିବା ଏକ ପାତ୍ରରେ ଚାଲାଣ କରାଯାଉଥିଲା । ଏହି ନିଶାଦ୍ରବ୍ୟ ପୋର୍ଟ ଦେଇ ଚାଲାଣ ହେବାକୁ ଥିବା ସମ୍ପର୍କରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଏହି ଘଟଣାର ତଦନ୍ତ କରି ଏଭଳି ବଡ ଧରଣର ନିଶାଦ୍ରବ୍ୟ ଚାଲାଣକୁ ରୋକିବାରେ ସକ୍ଷମ ହୋଇଛି ।

ଏହି ଜବତ ନିଶାଦ୍ରବ୍ୟର ମୂଲ୍ୟ 300 କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି । ଅନ୍ୟ ରାଷ୍ଟ୍ରରୁ ଏହି ନିଶାଦ୍ରବ୍ୟ ଦେଶ ମଧ୍ୟକୁ ସମୁଦ୍ର ଦେଇ ଚାଲାଣ କରାଯିବ ବୋଲି ପୋଲିସକୁ ଖବର ମିଳିବା ପରେ ଚେକିଂକୁ ଜୋରଦାର କରାଯାଇ ଶେଷରେ ପୋଲିସକୁ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details