ଓଡିଶା

odisha

ପୁଣି ଫେରୁଛି ପବଜି, ଏହି ତାରିଖରେ ଭାରତରେ କରିବ ରିଲଞ୍ଚ

By

Published : Nov 28, 2020, 6:38 AM IST

ଭାରତ ସରକାର ଗତ କିଛି ମାସ ପୂର୍ବରୁ ପବଜି ମୋବାଇଲ ଉପରେ ବ୍ୟାନ ଲଗାଇଥିଲେ । ମାତ୍ର ଏବେ ପବଜି କର୍ପୋରେଶନ ପକ୍ଷରୁ ଭାରତରେ ପୁଣିଥରେ ପବଜିକୁ ରିଲଞ୍ଚ କରିବାକୁ ଘୋଷଣା କରିଛି ।

relaunch
ପବଜି ଗେମ

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରୁଛି ପବଜି ଗେମ । ପୂର୍ବରୁ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରି ବ୍ୟାନ କରିଥିବା ପପୁଲାର ଆପରେ ଟିକଟକ ଓ ପବଜି ଗେମ ମଧ୍ୟ ସାମିଲ ଥିଲା । ତେବେ ବ୍ୟାନ ପରେ ବି ଏବେ ପୁଣିଥରେ ଭାରତରେ ରିଲଞ୍ଚ କରିବାକୁ ଯାଉଛି ପବଜି ମୋବାଇଲ ।

ଲୋକପ୍ରିୟ ଟିକଟକ ଆପ ଭଳି ପବଜି ଗେମ ବି ଭାରତରେ ଯୁବପିଢିଙ୍କ ମଧ୍ୟରେ ଭାରି ପପୁଲାର । ଭାରତ ସରକାର ଗତ କିଛି ମାସ ପୂର୍ବରୁ ପବଜି ମୋବାଇଲ ଉପରେ ବ୍ୟାନ ଲଗାଇଥିଲେ । ମାତ୍ର ଏବେ ପବଜି କର୍ପୋରେଶନ ପକ୍ଷରୁ ଭାରତରେ ପୁଣିଥରେ ପବଜିକୁ ରିଲଞ୍ଚ କରିବାକୁ ଘୋଷଣା କରିଛି । ତେବେ ଭାରତରେ ପବଜିର ରିଲଞ୍ଚ ଖବର ଶୁଣି ପବଜି ଫ୍ୟାନ୍ସ ଭାରି ଉତ୍ସାହିତ ଥିବା ଜଣାପଡିଛି ।

ତେବେ ଏନେଇ କମ୍ପାନୀ ପକ୍ଷରୁ ପବଜି ଲଞ୍ଚ କରିବା ଖବର ସ୍ପଷ୍ଟ କରିଥିବାବେଳେ ଏହା ସମ୍ବନ୍ଧରେ କମ୍ପାନୀ ପକ୍ଷରୁ କେଉଁ ତାରିଖରେ ଲଞ୍ଚ ହେବା ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । କମ୍ପାନୀ ପକ୍ଷରୁ ନିଜ ଅଫିସିଆଲ ୱେବସାଇଟରେ ‘Coming Soon’ ଲେଖା ହୋଇଛି । ତେବେ ଏକ ଜାତୀୟ ଗଣମାଧ୍ୟମ ଖବର ଅନୁସାରେ, କମ୍ପାନୀ ଡିସେମ୍ବର ପ୍ରଥମ ସପ୍ତାହରେ ଏହି ପବଜି ଗେମକୁ ରିଲଞ୍ଚ କରିପାରେ ବୋଲି କୁହାଯାଉଛି । ରିପୋର୍ଟରେ କୁହାଯାଇଛି କି, ଡିସେମ୍ବର 1 ରୁ 5 ମଧ୍ୟରେ କମ୍ପାନୀ ଏହି ଗେମକୁ କୌଣସି ବି ମୂହର୍ତ୍ତରେ ଲଞ୍ଚ କରିପାରେ ।

ABOUT THE AUTHOR

...view details