ଓଡିଶା

odisha

ETV Bharat / bharat

ED ସମନ ବିରୋଧରେ ସର୍ବୋଚ୍ଚ କୋର୍ଟରେ ହେମନ୍ତ ସୋରେନ, କାଲି ଶୁଣାଣି - ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଆର୍ଥିକ ହେରଫେର ମାମଲାରେ ସମନ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସନ୍ତାକାଲି ହେବ ଶୁଣାଣି । 23ରେ ହାଜର ହେବା ପାଇଁ ଡାକିଛି ଇଡି । ଅଧିକ ପଢନ୍ତୁ

ED ସମନ ବିରୋଧରେ ସର୍ବୋଚ୍ଚ କୋର୍ଟରେ ହେମନ୍ତ ସୋରେନ, କାଲି ଶୁଣାଣି
ED ସମନ ବିରୋଧରେ ସର୍ବୋଚ୍ଚ କୋର୍ଟରେ ହେମନ୍ତ ସୋରେନ, କାଲି ଶୁଣାଣି

By ETV Bharat Odisha Team

Published : Sep 17, 2023, 6:31 PM IST

ନୂଆଦିଲ୍ଲୀ/ରାଞ୍ଚି: ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ଆଜି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସନ୍ତାକାଲି (ସୋମବାର) ହେମନ୍ତଙ୍କ ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଚଳିତମାସ (ସେପ୍ଟେମ୍ବର) 23 ତାରିଖରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । ତାଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ କେନ୍ଦ୍ରୀୟ ସଂସ୍ଥା ବ୍ୟବହାର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସେ ପୂର୍ବରୁ ଅଭିଯୋଗ କରିବା ସହ କୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ଚେତାବନୀ ଦେଇଥିଲେ ।

ସୋରେନ ସର୍ବୋଚ୍ଚ କୋର୍ଟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି,"କେନ୍ଦ୍ରରେ ବିଜେପି ସରକାରଙ୍କୁ ବିରୋଧ କରୁଥିବା ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଆସୁଛି । ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଏବେ କେନ୍ଦ୍ରରେ ଶାସନରେ ଥିବା NDA ମେଣ୍ଟ ବିରୋଧରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଗଠନ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯାଇଛି । ତାଙ୍କ ବିରୋଧରେ ମଧ୍ୟ ଜାରି ରହିଥିବା ଏହି କାର୍ଯ୍ୟାନୁଷ୍ଠାନ ନିର୍ବାଚନୀ ତଥା ରାଜନୈତିକ ଉଦ୍ଦେଶ୍ୟମୂଳକ ।"

ତାଙ୍କ ବିରୋଧରେ ଚାଲିଥିବା ମାମଲାର ସମସ୍ତ ପ୍ରମାଣପତ୍ର ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନିକଟରେ ଉପଲବ୍ଧ ରହିଛି । ସେମାନେ ତଦନ୍ତ ଆଳରେ ବାରମ୍ବାର ଜେରା ପାଇଁ ସମନ କରୁଛନ୍ତି । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଓ ଭୟଭୀତ କରିବା ପାଇଁ । ଏହା କେନ୍ଦ୍ରର ବିଜେପି ସରକାରର କ୍ଷମତାର ଦୂରୋପଯୋଗ । ଏପରି କରି ବିଜେପି କେବଳ ସରକାର ବିରୋଧୀଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରୁଛି ବୋଲି ମଧ୍ୟ ସେରେନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Special session of Parliament: ଆରମ୍ଭ ହେଲା ସର୍ବଦଳୀୟ ବୈଠକ

ତେବେ ସମନ ତାରିଖ ପୂର୍ବରୁ ଆସନ୍ତକାଲି ସର୍ବୋଚ୍ଚ କୋର୍ଟରେ ହେମନ୍ତଙ୍କ ମାମଲାର ଶୁଣାଣି ହେବ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ସୋରେନଙ୍କ ଭାଗ୍ୟ ନିର୍ଭର କରୁଛି । କୋର୍ଟ ଯଦି ତଦନ୍ତକାରୀ ସଂସ୍ଥା ସପକ୍ଷରେ ରାୟ ଦିଅନ୍ତି, ତେବେ 23 ତାରିଖରେ ସୋରେନଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ ପଡ଼ିବ । ଅନ୍ୟପଟେ ବିଭିନ୍ନ ବିରୋଧୀ ଦଳଙ୍କ ବିରୋଧରେ ଏପରି ମାମଲା ଜାରି ରହିଥିବା ବେଳେ ଏହାକୁ କେବଳ ରାଜନୈତିକ ଏଜେଣ୍ଡା ବୋଲି ବିରୋଧୀମାନେ କହୁଛନ୍ତି । କେନ୍ଦ୍ରୀୟ ସଂସ୍ଥା କାହିଁକି କେହି ଜଣେ ହେଲେ ବିଜେପି ନେତାଙ୍କ ବିରୋଧରେ ଥିବା ମାମଲାର ତଦନ୍ତ କରୁନାହିଁ ବୋଲି ମଧ୍ୟ ସେମାନେ ପ୍ରଶ୍ନ ଉଠାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details