ଓଡିଶା

odisha

ETV Bharat / bharat

ଜରୁରୀ ଅବତରଣ କଲା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର - ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଜରୁରୀ ଅବତରଣ କଲା ଶିବରାଜ ସିଂ ଚୌହାନଙ୍କ ହେଲିକପ୍ଟର । ସଡକ ପଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ ଚୌହାନ । ଅଧିକ ପଢନ୍ତୁ

ଜରୁରୀ ଅବତରଣ କଲା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ଜରୁରୀ ଅବତରଣ କଲା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

By

Published : Jan 15, 2023, 7:42 PM IST

ହାଇଦ୍ରାବାଦ: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି । ଯାନ୍ତ୍ରିକ ତ୍ରୁଟି ଦେଖାଯିବା କାରଣରୁ ହେଲିକପ୍ଟରଟିକୁ ଅବତରଣ କରାଯାଇଛି । ଆଜି ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ମଧ୍ୟ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଚୌହାନ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମନଓ୍ବାରରୁ ଧର ଅଭିମୁଖେ ଉଡାଣ ଭରିଥିଲେ । ତେବେ ଟେକ-ଅଫ୍‌ର କିଛି ସମୟ ପରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ନେଇ ପାଇଲଟ ଜାଣିବାକୁ ପାଇଥିଲେ । ଟେକ୍‌-ଅଫ୍‌ର ମାତ୍ର କିଛି ସମୟ ମଧ୍ୟରେ ପୁନଶ୍ଚଃ ହେଲିକପ୍ଟରଟି ମନଓ୍ବାର ଫେରିଆସି ସୁରକ୍ଷିତ ଅବତରଣ କରିଥିବାର ସୂଚନା ମିଳିଛି । ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସମେତ ଅନ୍ୟ କିଛି ଅଧିକାରୀ ଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି ।

ପରେ ମୁଖ୍ୟମନ୍ତ୍ରୀ ସଡକ ପଥରେ ଗନ୍ତବ୍ୟସ୍ତଳ ଧର ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେ ଏକ ସାଧାରଣ ସଭାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଏକ ବିଶେଷଜ୍ଞ ଟିମ ହେଲିକପ୍ଟର ଯାଞ୍ଚ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details