ଓଡିଶା

odisha

ETV Bharat / bharat

ଜରୁରୀ ଅବତରଣ କଲା ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟର - ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟର ଜରୁରୀ ଅବତରଣ

ଖରାପ ପାଗ ଯୋଗୁ ତାମିଲନାଡୁର ଏକ ଅଭୟାରଣ୍ୟରେ ଜରୁରୀ ଅବତରଣ କଲା ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟର । ଏକ ଘଣ୍ଟା ପରେ ପୁଣି ଭରିଲା ଉଡାଣ । ଅଧିକ ପଢନ୍ତୁ

ଜରୁରୀ ଅବତରଣ କଲା ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟର
ଜରୁରୀ ଅବତରଣ କଲା ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟର

By

Published : Jan 25, 2023, 4:04 PM IST

ହାଇଦ୍ରାବାଦ: ଆଧ୍ୟାତ୍ମିକ ଗରୁ ତଥା ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟର ତାମିଲନାଡୁର ଏକ ଅଭୟାରଣ୍ୟରେ ଜରୁରୀ ଅବତରଣ କରିଛି । ଆଜି (ବୁଧବାର) ସକାଳେ ତାମିଲନାଡୁର ଆଦିବାସୀ ବହୁଳ ଏରୋଡେ ଜିଲ୍ଲାର ସତ୍ୟମଙ୍ଗଲମ ଟାଇଗର ରିଜର୍ଭ ଏରିଆରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଛି । ହେଲିକପ୍ଟରରେ ରବିଶଙ୍କରଙ୍କ ବ୍ୟତୀତ ଅନ୍ୟ କିଛି ସହଯୋଗୀ ମଧ୍ୟ ଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି । କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ଏହା ପ୍ରତିକୂଳ ପାଗ ଯୋଗୁ ହୋଇଥିବା ସୂଚନା ମିଳିଛି । ହେଲିକପ୍ଟରଟି ସ୍ଥାନୀୟ ସତ୍ୟମଙ୍ଗଳମ ଟାଇଗର ରିଜର୍ଭ ଅନ୍ତର୍ଗତ ୟୁକିନିୟମ ଜଙ୍ଗଲରେ ଏକ ଖୋଲା ସ୍ଥାନରେ ଅବତରଣ କରିଥିଲା । ଖବର ପାଇ ସ୍ଥାନୀୟ କଦମ୍ବୁର ପୋଲିସ ଓ ପ୍ରଶାସନର କିଛି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସୂଚନା ଅନୁସାରେ ଶ୍ରୀ ଶ୍ରୀ ରବିଶଙ୍କର ଏକ ଘରୋଇ ହେଲିକପ୍ଟରରେ ବେଙ୍ଗାଲୁରୁରୁ ତାମିଲନାଡୁର ତିରିପୁର ଅଭିମୁଖେ ଉଡାଣ ଭରିଥିଲେ । ହେଲିକପ୍ଟରରେ ପାଇଲଟଙ୍କ ବ୍ୟତୀତ ଶ୍ରୀ ଶ୍ରୀଙ୍କ ସମତେ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଥିଲେ । ତେବେ ପୂର୍ବାହ୍ନ ପ୍ରାୟ 10.45 ରେ ହେଲିକପ୍ଟରଟି ଏସଟିଆର ଉପରେ ଉଡୁଥିବା ବେଳେ ଖରାପ ପାଗ ଯୋଗୁ ଏହାକୁ ଆଗକୁ ଉଡାଇବା ବପଜ୍ଜନକ ଅନୁଭବ କରିଥିଲେ ପାଇଲଟ । ତେଣୁ ସେ ଅବତରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲିକପ୍ଟରଟି ସ୍ଥାନୀୟ ସତ୍ୟମଙ୍ଗଳମ ଟାଇଗର ରିଜର୍ଭ ଅନ୍ତର୍ଗତ ୟୁକିନିୟମ ଜଙ୍ଗଲରେ ଏକ ଖୋଲା ସ୍ଥାନରେ ଅବତରଣ କରିଥିଲା । ପୋଲିସ ଓ ପ୍ରଶାସନର ଅଧିକାରୀଙ୍କ ସହ କିଛି ସ୍ଥାନୀୟ ରାଜନେତା ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ହେଲିକପ୍ଟରଟି ସୁରକ୍ଷିତ ଅବତରଣ କରିଥିବା ବେଳେ କିଛି ସମୟ ଘଣ୍ଟା ବ୍ୟବଧାନରେ ପାଗରେ ସୁଧାର ଆସିଥିଲା । ପ୍ରାୟ ଏକଘଣ୍ଟା ଅପେକ୍ଷା କରିବା ପରେ 11.30 ରେ ହେଲିକପ୍ଟରଟି ପୁନର୍ବାର ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡାଣ ଭରିଥିଲା ।

ଖରାପ ପାଗ କାରଣରୁ ପୂର୍ବତନ ତଥା ପ୍ରଥମ ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାଓ୍ବତଙ୍କ ହେଲିକପ୍ଟର ମଧ୍ୟ ତାମିଲନାଡୁରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସିଡିଏସ ଦମ୍ପତିଙ୍କ ସମେତ ମୋଟ 14ଜଣଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ଏମ.ଆଇ-17 ହେଲିକପ୍ଟରଟି ପ୍ରତିକୂଳ ପାଗ ଓ ଲୋଭିଜିବିଲିଟି କାରଣରୁ କ୍ରାସ ହୋଇ ଏକ ଜଙ୍ଗଲରେ ଖସି ପଡିଥିଲା । ଏଥିରେ ସମସ୍ତ 14 ଜଣ ପ୍ରାଣ ହରାଇଥିଲା । ପ୍ରତିକୂଳ ପାଗ ହେଲିକପ୍ଟର ଉଡାଣରେ ଏକ ପ୍ରମୁଖ ଆହ୍ବାନ ସୃଷ୍ଟି କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details