ଓଡିଶା

odisha

ETV Bharat / bharat

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ, ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି - ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ

ଗାନ୍ଧୀନଗର ଶ୍ମଶାନ ଘାଟରେ ଶେଷ ହେଲା ହୀରାବେନଙ୍କ ଶେଷକୃତ୍ୟ । ଭାଇଙ୍କ ସହ ମିଶି ମାଆଙ୍କୁ ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Last rites of Heeraben Modi
Last rites of Heeraben Modi

By

Published : Dec 30, 2022, 10:37 AM IST

Updated : Dec 30, 2022, 11:12 AM IST

Last rites of Heeraben Modi

ଗାନ୍ଧୀନଗର: ପଞ୍ଚଭୂତରେ ବିଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନ ଘାଟରେ ଭାଇଙ୍କ ସହ ମିଶି ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Heeraben Modi last rites performed in gandhinagar) । ଆଜି ସକାଳ ସମୟରେ ବାସଭବନରୁ ହୀରାବେନଙ୍କ ପାଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିବା ପରେ ଗାନ୍ଧୀନଗର ଶ୍ମଶାନ ଘାଟରେ ବିନା ଆଡମ୍ବରରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର ଲୋକେ ।

ଅସୁସ୍ଥ ଥିବାରୁ ଆଜି ସକାଳ ସମୟରେ ୧୦୦ ବର୍ଷ ବୟସରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା । ମାଆଙ୍କ ମୃତ୍ୟୁ ନେଇ ଟ୍ବିଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ବାସଭବନରେ ମାଆଙ୍କୁ ଶେଷ ଦର୍ଶନ କରି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ମୋଦି । ଶେଷକୃତ୍ୟ ପାଇଁ ହୀରାବେନଙ୍କ ମରଶରୀରକୁ ଏକ ଗାଡି ଯୋଗେ ଗାନ୍ଧୀନଗର ଶ୍ମଶାନ ଘାଟକୁ ନିଆଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଭାଇ ମାନେ ମାଆଙ୍କ କୋକେଇକୁ କାନ୍ଧ ଦେଇ ଶ୍ମଶାନ ମଧ୍ୟକୁ ନେଇଥିଲେ । ସେଠାରେ ଅନ୍ତିମ ସତ୍କାର ପରେ ଭାଇଙ୍କ ସହ ମିଶି ମୁଖାଗ୍ନି ଦେଇଥିଲେ ପ୍ରଧାନମନ୍ତ୍ରୀ ।

ମୋଦିଙ୍କ ମାଆଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ(UN Mehta Hospital) ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩.୩୦ ମିନିଟ ସମୟରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା (Heeraben Modi Passes Away)। ଏନେଇ ମୋଦି ଟ୍ବିଟ କରି ସୂଚନା ଦେଇଥିଲେ । ହୀରାବେନଙ୍କ ମୃତ୍ୟୁରେ ଶୋକରେ ବୁଡିଛି ଦେଶ । ରାଷ୍ଟ୍ରପତି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।

ଦୁଇ ଦିନ ହେବ ଅସୁସ୍ଥ ଥିଲେ ହୀରାବେନ

ଗତ ବୁଧବାର ଦିନ ମୋଦିଙ୍କ ମାଆ ହୀରାବେନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ(UN Mehta Hospital) ଭର୍ତ୍ତି କରାଯାଇଥିଲା । ମୋଦି ମଧ୍ୟ ହସ୍ପିଟାଲକୁ ଯାଇ ମାଆଙ୍କ ସ୍ବାସ୍ଥ୍ୟଅବସ୍ଥା ପଚାରି ବୁଝିଥିଲେ । ବୁଧବାର ରାତିରୁ ହୀରାବେନଙ୍କ ଓରାଲ ଡାଏଟ ଆରମ୍ଭ କରାଯାଇଥିଲା । ତେବେ ହୀରାବେନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଛି ।

Last Updated : Dec 30, 2022, 11:12 AM IST

ABOUT THE AUTHOR

...view details