ନୂଆଦିଲ୍ଲୀ: 5 ରାଜ୍ୟରେ ବିଧାନସଭା ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଏକଜିଟ୍ ପୋଲ ଅଙ୍କ ସହ ନିର୍ବାଚନୀ ଫଳାଫଳ ମେଳ ଖାଉଥିବା ଦେଖା ଦେଇଛି । ତେବେ ଏହି ବିଧାନସଭା ନିର୍ବାଚନରେ ହେଭିୱେଟଙ୍କ କ୍ଷେତ୍ରରେ ସବୁ ଗଣିତ ଭୁଲ ହୋଇ ଯାଇଛି । ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ, ହେଭିୱେଟଙ୍କ ନିଶ୍ଚିତ ବିଜୟ ଆସନରେ ପରାଜୟକୁ ସ୍ବୀକାର କରୁଥିବା ଦେଖିବାକୁ ମିଳିଛି ।
କଥା ଯେତେବେଳେ ହେଭିୱେଟଙ୍କ ଉଠିଛି ସର୍ବ ପ୍ରଥମେ ପଞ୍ଜାବର କଥା ଆସୁଛି । ଏଠାରେ ମୁଖ୍ୟମନ୍ତ୍ରୀ ଖୋଦ ଦୁଇଟି ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି । ନଜର ପକାନ୍ତୁ :-
ଚରଣଜିତ ସିଂହ ଚନ୍ନି
ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ଆସନରୁ ଲଢ଼ିଥିଲେ ଚନ୍ନି । ଦୁଇଟି ଆସନରୁ ଗୋଟିଏ ଆସନରେ ବି ଜିତି ପାରିଲେନି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନି । ସେ ଆପ୍ର ଡକ୍ଟର ଚରଣଜିତ ସିଂହଙ୍କଠାରୁ ପରାଜିତ ହୋଇଛନ୍ତି । ଚନ୍ନୀଙ୍କୁ ୬୨୧୪୮ ଭୋଟ ମିଳିଥିବା ବେଳେ ଆପ୍ର ଡକ୍ଟର ଚରଣଜିତ ସିଂହଙ୍କୁ ୬୯୯୮୧ ଭୋଟ ମିଳିଛି । ଅର୍ଥାତ୍ ପୂରା ୫୫ ହଜାର ୧୬୭ ଭୋଟ ବଡ଼ ବ୍ୟବଧାନରେ ହାରିଛନ୍ତି ଚରଣଜିତ ସିଂହ ଚନ୍ନୀ ।
ନବଜୋତ ସିଂହ ସିଦ୍ଧୁ
ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରୁଥିବା ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ନିଜର ଆସନ ବଞ୍ଚାଇ ପାରିନାହାନ୍ତି । ସେ ପୂର୍ବ ଅମୃତସର ଆସନରୁ ପରାଜିତ ହୋଇଛନ୍ତି । ଏଠାରେ ତାଙ୍କର ଟକ୍କର ଅକାଳୀ ଦଳର ନେତା ବିକ୍ରମ ମଜିଥିଆ ଓ ଆପ୍ର ଜୀବନ ଜ୍ୟୋତି କୌରଙ୍କ ସହ ହୋଇଥିଲା। ମାଜିଥିଆ ଓ ସିଦ୍ଧୁଙ୍କୁ ବଡ଼ ବ୍ୟବଧାନରେ ମାତ୍ ଦେଇ ଜୀବନ ଜ୍ୟୋତ ବିଜୟ ଲାଭ କରିଛନ୍ତି। ଜୀବନ ଜ୍ୟୋତଙ୍କୁ ୩୯ ହଜାର ୫୨୦ ଭୋଟ ମିଳିଥିବା ବେଲେ ସିଦ୍ଧୁଙ୍କୁ ୩୮ ହଜାର ୮୦୭ ଭୋଟ ମିଳିଛି । ୬୭୧୩ ଭୋଟ ବ୍ୟବଧାନରେ ହାରିଛନ୍ତି ।
କ୍ୟାପଟେନ ଅମରିନ୍ଦ ସିଂ
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ ବିଜୟର ସ୍ବାଦ ଚାଖିପାରିନାହାନ୍ତି । ସେ ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇଥିଲେ । ତେବେ ସେ ଆପ୍ ପ୍ରାର୍ଥୀ ଅଜିତ ପଲ କୋହଲିଙ୍କଠାରୁ ପରାଜିତ ହୋଇଛନ୍ତି । ଭୋଟ ଗଣତି ଆରମ୍ଭ ବେଳଠୁ କ୍ୟାପ୍ଟେନ ପଛରେ ଚାଲିଥିଲେ । ଶେଷରେ ସେ ପ୍ରାୟ ୧୩ ହଜାରରୁ ଅଧିକ ଭୋଟରେ ଅଜିତ ପାଲ କୋହଲିଙ୍କ ଠାରୁ ହାରିଛନ୍ତି କ୍ୟାପଟେନ । ଅଜିତଙ୍କୁ ୪୭୭୦୪ ଭୋଟ ମିଳିଥିବା ବେଳେ ଅମରିନ୍ଦଙ୍କୁ ମାତ୍ର ୨୮୦୦୭ ଭୋଟ ମିଳିଛି ।
ପ୍ରକାଶ ସିଂହ ବାଦଲ
ଲାମ୍ବି ବିଧାନସଭା ଆସନରେ ଅକାଳି ଦଳର ତୁଙ୍ଗ ନେତା ପ୍ରକାଶ ସିଂହ ବାଦଲଙ୍କୁ ହାରିବାକୁ ପଡ଼ିଛି । ଏଠାରେ ଆପ୍ ପ୍ରାର୍ଥୀ ଗୁରମିତ ସିଂହ ଖୁଡିଆନ ବିଜୟୀ ହୋଇଛନ୍ତି । ପ୍ରକାଶ ସିଂହ ବାଦଲଙ୍କୁ ଏଠାରେ ୫୪୩୬୦ ଖଣ୍ଡ ଭୋଟ ମିଳିଥିବା ବେଳେ ଖୁଡିଆନଙ୍କୁ ୬୫୭୧୭ ଭୋଟ ମିଳିଛି ।
ସେହିଭଳି ଏଥର ନିର୍ବାଚନୀ ଫଳାଫଳରେ ଉତ୍ତରାଖଣ୍ଡରେ ରାଜନୀତି ହଲଚଲ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।
ହରିଶ ରାୱତ