ଡେରାଡୁନ :ଉତ୍ତରାକାଶୀରେ ପ୍ରବଳ ତୁଷାରପାତ । ପୁରା ଅଞ୍ଚଳ ବରଫ ଚାଦର ଉପରେ ଘୋଡାଇ ହୋଇଛି । ଆଜି (ମଙ୍ଗଳବାର ) ସକାଳୁ ଉତ୍ତରାକାଶୀର ହର୍ଷିଲ ଉପତ୍ୟାକା, ବାରକୋଟ ଓ ମୋରି ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ସୋମବାର ବିଳମ୍ବିତ ରାତିରୁ ଉତ୍ତରକାଶି ଜିଲ୍ଲାର ବରଫପାତ ଆରମ୍ଭ ହୋଇଛି। ଫଳରେ, ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । ହାର୍ସିଲ ଉପତ୍ୟକାର ଆଠଟି ଗାଁ ସମେତ ଗଙ୍ଗୋତ୍ରି ଏବଂ ଯମୁନାତ୍ରୀ ଧାମ ମଧ୍ୟ ସମ୍ପୂର୍ଣ୍ଣ ବରଫରେ ଆଚ୍ଛାଦିତ ହୋଇଯାଇଛି |
ଉତ୍ତରାକାଶୀରେ ପ୍ରବଳ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ - ଉତ୍ତରକାଶୀରେ ପ୍ରବଳ ତୁଷାରପାତ
ଉତ୍ତରକାଶୀରେ ପ୍ରବଳ ତୁଷାରପାତ। ଜନଜୀବନ ଅସ୍ତବ୍ୟସ୍ତ । ଅଧିକ ପଢନ୍ତୁ...
ଉତ୍ତରକାଶୀରେ ପ୍ରବଳ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
ଉତ୍ତରକାଶୀରେ ପ୍ରବଳ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
ଉତ୍ତରାକାଶୀ ଜିଲ୍ଲାରେ ମଙ୍ଗଳବାର ଦିନ ସର୍ବାଧିକ ତାପମାତ୍ରା 14 ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଏଥିସହିତ, ଯମୁନାତ୍ରୀ ଧାମର ସର୍ବାଧିକ ମାଇନସ୍ 4 ଡିଗ୍ରୀ ଏବଂ ସର୍ବନିମ୍ନ ମାଇନସ୍ 6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗଙ୍ଗୋତ୍ରୀ ଧାମର ସର୍ବାଧିକ 3 ଏବଂ ସର୍ବନିମ୍ନ ହେଉଛି 1 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା | ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ ତୁଷାରପାତକୁ ଦୃଷ୍ଟିରେ ରଖି ସମସ୍ତ ସଡ଼କ ସମ୍ବନ୍ଧୀୟ ବିଭାଗକୁ ସଜାଗ ରଖାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ