ଓଡିଶା

odisha

By

Published : Jul 28, 2021, 7:02 PM IST

ETV Bharat / bharat

ବର୍ଷାରେ ବେହାଲ ଦେବଭୂମି: 7 ନିଖୋଜଙ୍କ ମୃତଦେହ ଉଦ୍ଧାର, ଏବେବି ୩ ଜଣଙ୍କ ମିଳୁନି ପତ୍ତା

ଲାହଲ-ସ୍ପିଟିରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ନଦୀ ଓ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ୮ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ମାନଙ୍କୁ ପାଇବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...

ସିମଲାରେ ପ୍ରବଳ ବର୍ଷା: ତେଜିଂ ନାଳରୁ ୮ ମୃତଦେହ ଉଦ୍ଧାର
ସିମଲାରେ ପ୍ରବଳ ବର୍ଷା: ତେଜିଂ ନାଳରୁ ୮ ମୃତଦେହ ଉଦ୍ଧାର

ସିମଲା: ହିମାଚଳ ପ୍ରଦେଶ ଲାହୌଲ ଘାଟିର ତେଜିଂ କେନାଲରେ ଭାସି ନିଖୋଜ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଆଜି ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଅନ୍ୟ ନିଖୋଜଙ୍କ ପତ୍ତା ମିଳୁନି । ମୃତକଙ୍କ ମଧ୍ୟରୁ ୪ ଜଣ ଟକୋଲିର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ ପ୍ରବଳ ବର୍ଷା ଯୋଗୁଁ କେନାଲରେ ବନ୍ୟା ଆସିବାରୁ 10 ଜଣ ନିଖୋଜ ହୋଇଥିଲେ । ଆଜି (ବୁଧବାର) ପୂର୍ବାହ୍ନରୁ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସେପଟେ ବର୍ଷା ବାଧକ ସାଜିଥିଲେ ସୁଦ୍ଧା ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାସହ ଲାହୌଲ ଉପତ୍ୟାକାର ନଦୀ ଓ କେନାଲର ଜଳସ୍ତର ବୁଧବାର ବଢୁଥିବା ଦେଖିବାକୁ ମିଳିଛି। ବାଦଲଫଟା ବର୍ଷାରେ ବିଲିଙ୍ଗ, ଲାଉଟ, ଶଙ୍କର, ଜାହଲମା, କାମିଙ୍ଗ ଏବଂ ଥିରୋଟ ଡ୍ରେନ ସମେତ କିଲୋଙ୍ଗର ସାକାସ କେନାଲରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଜାହଲମା ଏବଂ ସାକାସ କେନାଲରେ ଅଧିକ ପାଣି ଆସିବା ଯୋଗୁଁ ଚାଷୀ ଏବଂ ଉଦ୍ୟାନକାରୀ ମାନେ ମଧ୍ୟ ବହୁ କ୍ଷତି ସହିଛନ୍ତି । କେନାଲ ଗୁଡିକରେ ବନ୍ୟା ଆସିବା ଯୋଗୁଁ ମନାଲି-ଲେହ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଲାହୌଲ ଉପତ୍ୟକାରେ ପ୍ରବଳ ବର୍ଷା ହେତୁ ଅନେକ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଛି। ମନାଲି କାଜା ରାସ୍ତାରୁ ଆବର୍ଜନା ହଟାଇବା ପାଇଁ ବିଆରଓ ଟିମ୍ ନିୟୋଜିତ ଅଛନ୍ତି । ଏହା ବ୍ୟତୀତ ମନାଲି ରୋଡରେ ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସ୍ଥିତି ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ସମସ୍ତ ଡ୍ରାଇଭର ମାନଙ୍କୁ ଗାଡି ଚଳାଚଳ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details