ମୁମ୍ବାଇ:ବର୍ଷାରେ ଉବୁଟୁବୁ ମାୟା ନଗରୀ । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଅଟକି ରହି ବନ୍ୟାର ଭ୍ରମ ମଧ୍ୟ ସୃଷ୍ଟି କରୁଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଯାଇଛି । ଏହାସହ କସରା ଘାଟରେ ପ୍ରବଳ ବର୍ଷା ହେତୁ ରେଳ ଲାଇନ ଜଳମଗ୍ନ ହୋଇଯାଇଛି । ଫଳରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ରେଳ ଧାରଣାରେ ପାଣି ରହିଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବରେ କେନ୍ଦ୍ରୀୟ ରେଳ ଖାର୍ଡିକୁ ଇଗତପୁରୀ ଷ୍ଟେସନକୁ ମଧ୍ୟରେ ଟ୍ରେନ ଚଳାଚଳକୁ ବନ୍ଦ କରି ଦେଇଛି ।
ଇଗତପୁରୀ ତାଲୁକା ଅଞ୍ଚଳରେ କ୍ରମାଗତ ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଛି । ଘାଟମାଥାୟ, କସରା ଘାଟ ଏବଂ ରାଜ୍ୟର ପଶ୍ଚିମ ଭାଗରେ ଥିବା କେତେକ ଗାଁରେ ପ୍ରବଳ ବର୍ଷା ହେଉଛି । ଯାହା ଏହା ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି । ଖାର୍ଡି ଏବଂ ଇଗତପୁରୀ ମଧ୍ୟରେ ଘାଟ ଲାଇନ ବର୍ଷା ଜଳରେ ବୁଡି ରହିଛି । ଏବଂ ଷ୍ଟେସନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।
ପ୍ରବଳ ବର୍ଷା ହେବାରୁ ଘାଟରେ ଭୂସ୍ଖଳନ ହୋଇଛି । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବରେ କେନ୍ଦ୍ରୀୟ ରେଳ ପ୍ରଶାସନ ସକାଳ 10: 15 ରେ ଖାର୍ଡି ଏବଂ ଇଗରପୁରୀ ରେଳ ଷ୍ଟେସନ ମଧ୍ୟରେ ଟ୍ରେନ ସେବା ବନ୍ଦ କରି ଦେଇଛି । ଫଳରେ ବହୁ ମେଲ-ଏକ୍ସପ୍ରେସ ଟ୍ରେନ ଅଟକି ରହିଛି ।