ଓଡିଶା

odisha

By

Published : Jul 22, 2021, 10:59 PM IST

ETV Bharat / bharat

ମହାରାଷ୍ଟ୍ରରେ ବନ୍ୟାର ଭୟାବହ ସ୍ଥିତି, ଫସିଛନ୍ତି 6000

ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ନଦୀ ଜଳ । କୋଙ୍କଣ ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ପ୍ରାୟ 6,000 ଯାତ୍ରୀ ଫସିରହିଥିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ବନ୍ୟାର ଭୟାବହ ସ୍ଥିତି, ଫସିଛନ୍ତି 6,000
ମହାରାଷ୍ଟ୍ରରେ ବନ୍ୟାର ଭୟାବହ ସ୍ଥିତି, ଫସିଛନ୍ତି 6,000

ମୁମ୍ବାଇ:ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ସଙ୍କଟ ସ୍ଥିତି । ଭୟାନକ ପରିସ୍ଥିତି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି ।

ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ନଦୀ ଜଳ । କୋଙ୍କଣ ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ପ୍ରାୟ 6,000 ଯାତ୍ରୀ ଫସିରହିଥିବା ନେଇ ସୂଚନା ରହିଛି । ମୁମ୍ବାଇ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ରେଳ ଓ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କରିବାକୁ ଅଧିକାରୀମାନଙ୍କୁ ଏନଡିଆରଏଫକୁ ଡାକିବାକୁ ପଡିଛି ।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍ ସେବା ସାମୟିକ ଭାବେ ସ୍ଥଗିତ ରଖାଯାଇଛି । କୋଙ୍କଣ 5,500ରୁ 6,000 ଯାତ୍ରୀ ଫସିରହିଥିବା ରେଳ ଅଧିକାରୀ ସୂଚନା ଦେଇଛନ୍ତି । ମହାରାଷ୍ଟ୍ର, ଗୋଆ ଏବଂ କର୍ଣ୍ଣାଟକ ମାର୍ଗ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଅଞ୍ଚଳ , କାରଣ ସେଠାରେ ଅନେକ ନଦୀ, ଉପତ୍ୟକା ଏବଂ ପର୍ବତ ରହିଛି ।

ରଗନାଗିରି ଜିଲ୍ଲାର ପ୍ରମୁଖ ଜଗବୁଡି, ବଶିଷ୍ଟି, କୋଡାଭଲୀ, ଶସ୍ତ୍ରୀ, ବାଭ ସମେତ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଙାଫଳରେ, ଖେଡ, ଚିପଲୁନ୍, ଲାଞ୍ଜା, ରାଜାପୁର, ସାଙ୍ଗମେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ପାଣି ପଶିବା କାରଣରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏପଟେ ମୁମ୍ବାଇରେ ପୁନର୍ବାର ଭୁସ୍ଖଳନ ହୋଇଥିବା ସୂଚନା ମିଳିଛି । ଗ୍ରାମାଞ୍ଚଳର ହଜାରହଜାର ଲୋକେ ଫସିରହିଥିବା ଜଣାପଡିଛଇ ।

ABOUT THE AUTHOR

...view details