ଓଡିଶା

odisha

ETV Bharat / bharat

Bengaluru rains: ପ୍ରବଳ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ, 2 ମୃତ

କର୍ଣ୍ଣାଟକରେ ପ୍ରବଳ ବର୍ଷା । ବେହାଲ ରାଜଧାନୀ ବେଙ୍ଗାଲୁରୁ ସହର । ରାସ୍ତା ଉପରେ 2 ଫୁଟର ପାଣି । 2 ଶ୍ରମିକ ମୃତ । ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ଘଟଣାସ୍ଥଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ଘଟଣାସ୍ଥଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

By

Published : May 18, 2022, 5:57 PM IST

ବେଙ୍ଗାଲୁରୁ :ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ ସହର । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ସହର ଅଧିକାଶଂ ସ୍ଥାନରେ ପାଣି ଜମି ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷାରେ ବିଦ୍ୟୁତ ସରବରାହ ପ୍ରଭାବିତ ହେବା ଫଳରେ ମେଟ୍ରୋ ସେବା ମଧ୍ୟ କିଛି ସ୍ଥାନରେ ସାମୟିକ ଭାବେ ପ୍ରଭାବିକ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ସହରର କିଛି ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ପ୍ରାଣ ହରାଇଥିବା ଦୁଇ ଜଣ ଶ୍ରମିକ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ସେମାନେ ପାଇପ ଲାଇନରେ କାର୍ଯ୍ୟ କରୁଥିବାବେଳେ ପ୍ରବଳ ସ୍ରୋତରେ ଭାସି ଯାଇ ପ୍ରାଣ ହରାଇଛନ୍ତି ।

ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ସହରର ଜେପି ନଗର, ଜୟନଗର, ଲାଲବାଗ, ମାଜିଷ୍ଟିକ, ମଲେଶ୍ୱରାମ, ରାଜଜିନଗର, ୟଶୱନ୍ତପୁର, ଏମଜି ରୋଡ, କୁବନ ପାର୍କ, ବିଜୟନଗର, ରାଜାରାଜେଶ୍ୱରୀ ନଗର, କେଙ୍ଗେରୀ, ମାଗାଦୀ ରୋଡ ପରି ବ୍ୟସ୍ତବହୁଳ ସ୍ଥାନରେ ରାସ୍ତା ଉପରେ ପ୍ରାୟ 2 ଫୁଟର ପାଣି ସ୍ରୋତ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ଜଳ ନିଷ୍କାସନ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ଘଟଣାସ୍ଥଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ: 2 ମୃତ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ କର୍ଣ୍ଣାଟକରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଅଞ୍ଚଳ ପାଇଁ ସତର୍କତା ଜାରି ମଧ୍ୟ କରାଯାଇଛି । ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details