ଓଡିଶା

odisha

ତେଲେଙ୍ଗାନାରେ ଲଗାଣ ବର୍ଷା: ସମସ୍ତ ଶିକ୍ଷାନୁଷ୍ଠାନ ୩ ଦିନ ଛୁଟି

By

Published : Jul 10, 2022, 7:40 PM IST

ତେଲେଙ୍ଗାନାରେ ଲଗାତାର ତୃତୀୟ ଦିନଧରି ଜାରି ରହିଛି ବର୍ଷା । ଆଗାମୀ ୨ ଦିନରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଅଧିକ ପଢ଼ନ୍ତୁ

ତେଲେଙ୍ଗାନାରେ ଲଗାଣ ବର୍ଷା: ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
ତେଲେଙ୍ଗାନାରେ ଲଗାଣ ବର୍ଷା: ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷାକୁ ନେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ହାଇଦ୍ରାବାଦରେ ଗତ ଦୁଇଦିନରେ ପ୍ରାୟ ୮ ସେମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଜି ମଧ୍ୟ ବର୍ଷା ଲାଗି ରହିଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜରୁରୀ ନଥିଲେ ବାହାରକୁ ନଆସିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଥାଲାସାନି ଶ୍ରୀନିବାସ ଯାଦବ । କର୍ପୋରେଟରମାନଙ୍କୁ ନିଜ ନିଜ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାର କଲେକ୍ଟରଙ୍କୁ କଣ୍ଟ୍ରୋଲ ରୁମ ସ୍ଥାପନ କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ୱତନ୍ତ୍ର ଶିବିରକୁ ସ୍ଥାନାନ୍ତର କରାଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ସେହିପରି ବର୍ଷା ଯୋଗୁଁ ରାସ୍ତାର ଯେକୌଣସି କ୍ଷୟକ୍ଷତିର ତୁରନ୍ତ ମରାମତି କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details