ଓଡିଶା

odisha

ଉତ୍ତର ଭାରତରେ ଜଳପ୍ରଳୟ; ଗଲାଣି 19 ଜୀବନ, ଦିଲ୍ଲୀରେ ସମସ୍ତ ସ୍କୁଲ ଛୁଟି

By

Published : Jul 10, 2023, 9:59 AM IST

ଉତ୍ତର ଭାରତରେ ଲଗାତାର ବର୍ଷା କାରଣରୁ 19ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ପରିସ୍ଥିତି ଅଣାୟତ ହୋଇଛି ତେଣୁ ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ଅଧିକ ପଢନ୍ତୁ

ଉତ୍ତର ଭାରତରେ ବର୍ଷା
Heavy rain in several parts of north India

ନୂଆଦିଲ୍ଲୀ:ବର୍ଷା ଆଣିଛି ବିପତ୍ତି । ଲଗାତାର ବର୍ଷା ଫଳରେ ଭାସୁଛି ଉତ୍ତର ଭାରତ । ଜାତୀୟ ରାଜଧାନୀ ଦିଲ୍ଲୀଠୁ ନେଇ କାଶ୍ମୀର ସବୁଠି ବର୍ଷା ବିତ୍ପାତ । ଯେଉଁଆଡେ ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି । ପ୍ରକୃତି କୋପରେ କେଉଁଠି କାର ଭାସି ଯାଇଛି ତ କେଉଁଠି ବ୍ରିଜ ଭୁଶୁଡ଼ି ପଡିଛି । ନଦୀର ସୁଅରେ ଗାଁ ବୁଡି ଯାଇଛି । ବର୍ଷାର କରାଳ ରୂପରେ ହନ୍ତସନ୍ତ ଲୋକ । ଦିଲ୍ଲାରେ ବର୍ଷା 40 ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରବଳ ବର୍ଷା କାରଣକୁ ଦିଲ୍ଲୀ ସମେତ ନୋଏଡା ଓ ଗୁରୁଗ୍ରାମରେ ସମସ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନଙ୍କ ପାଇଁ ସ୍କୁଲ ବନ୍ଦ ରହିଛି ମାତ୍ର ଶିକ୍ଷକମାନେ ସ୍କୁଲ ଆସିବେ । 3 ଦିନରେ ଉତ୍ତର ଭାରତର 4 ରାଜ୍ୟରେ 19 ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ 5ଜଣ ଆହତ ହୋଇଛନ୍ତି ।

ଦିଲ୍ଲୀରେ ସ୍କୁଲ ଛୁଟି:ପ୍ରବଳ ବର୍ଷାରେ ବେହାଲ ହେଲାଣି ରାଜଧାନୀ ଦିଲ୍ଲୀ । ଏକାଧିକ ଅଞ୍ଚଳ ଜଳମଗ୍ନ ହୋଇଛି । ଦିଲ୍ଲୀରେ ବିଭିନ୍ନ ସ୍ଥାନ ଜଳମଗ୍ନ ହେବାସହ ଫ୍ଲାସଫ୍ଲଡ୍‌ ହୋଇ ଘର ଭୁଶୁ଼ଡିଥିବା ଦେଖିବାକୁ ମିଳିଛି । ଲଗାତାର ବର୍ଷା କାରଣରୁ ଦିଲ୍ଲୀ ଓ ନୋଏଡାରେ ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଯୋଗୁଁ ଗଛପଡି ଜଣେ 49 ବର୍ଷୀୟ ଅଟୋ ଡ୍ରାଇଭର ରାଜେନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣେ 30 ବର୍ଷୀୟ ମହିଳାଙ୍କର ବି ମୃତ୍ୟୁ ହୋଇଛି । 5ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ବୋହୁଛି ।

ଏହା ବି ପଢନ୍ତୁ...ବର୍ଷା ବିତ୍ପାତରେ ଉତ୍ତର ଭାରତରେ 14 ମୃତ: ହିମାଚଳ ସର୍ବାଧିକ ପ୍ରଭାବିତ, 50 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ଏହା ବି ପଢନ୍ତୁ...Watch Video: ହଠାତ୍ ବଢ଼ିଲା ଭାଗିରଥୀ ନଦୀର ଜଳସ୍ତର, ପାଣି ମଝିରେ ଫସିଗଲା ବାଳକ

ଭାସୁଛି ଉତ୍ତର ଭାରତ:ଦିଲ୍ଲୀଠୁ ନେଇ ଜାମ୍ମୁ କାଶ୍ମୀର ସବୁଠି ସମାନ ଦୁର୍ଦ୍ଦଶା । ଲଗାଣ ବର୍ଷା କାରଣରୁ ଜଳବନ୍ଦୀ ହୋଇ ଜନଜୀବନ ପ୍ରଭାବିତ ହୋଇଛି । ଯେଉଁଆଡେ ଦେଖିଲେ ପାଣି ଆଉ ପାଣି । ଉତ୍ତରାଖଣ୍ଡ, ପଞ୍ଜାମ, ହିମାଚଳ ପ୍ରଦେଶ ଓ ଜମ୍ମୁ କାଶ୍ମୀରରେ ବି ସ୍ଥିତି ଗମ୍ଭୀର ରହିଛି । ଏକାଧୀକ ନଦୀରେ ଜଳସ୍ତର ବୃଦ୍ଧି ହୋଇ ବିପଦ ସଂଙ୍କେତରେ ରହିଛି । ପଞ୍ଜାବ ଓ ଚଣ୍ଡିଗଡ଼ରେ ବି ସ୍କୁଲ୍‌ ଛୁଟି ଘୋଷଣା ହୋଇଛି । ପ୍ରକୃତି କୋପରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ । ଗତ 3 ଦିନରେ 4 ରାଜ୍ୟରେ 19 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଲୋକଙ୍କ ଜୀବନ ଯାଉଛି । ଉତ୍ତରାଖଣ୍ଡର 6 ଜିଲ୍ଲାରେ 150ରୁ ଅଧିକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଓ ପଞ୍ଜାବକୁ ଏନଡିଆରଏଫ ଟିମ ପଠାଯାଇଛି । 4 ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ପକ୍ଷରୁ 4 ରାଜ୍ୟରେ ହୋଇଥିବା କ୍ଷତି ନେଇ ଯଥା ସମ୍ଭବ ସହାୟତା ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ: ବର୍ଷା ବିପତ୍ତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଦିଲ୍ଲୀରେ ସ୍ଥିତି ସମୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୈଠକ ଡାକିଛନ୍ତି । ବୈଠକରେ ସ୍ଥିତି ସମୀକ୍ଷା କରାଯାଇ ବିହିତ ପଦକ୍ଷେପ ନିଆଯିବ । ମନ୍ତ୍ରୀ ସୌରଭ ଭାରଦ୍ବାଜ, ଅତିଶି ଏବଂ ଅଧିକାରୀ ସାମିଲ ହେବେ । ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ନେଇ ମଧ୍ୟ ବୈଠକେର ଆଲୋଚନା ହେବ । 16ଟି କଣ୍ଟ୍ରୋଲ ରୁମ୍‌ ଖୋଲି ଦିଲ୍ଲା ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ।

ABOUT THE AUTHOR

...view details