ଓଡିଶା

odisha

ETV Bharat / bharat

ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଫସିଛନ୍ତି 221 ଲୋକେ - ହିମାଚଳ ପ୍ରଦେଶରେ ଭୁସ୍ମଳନ

ମହମାରୀ କାଳରେ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାରେ ଭୂସ୍ଖଳନ ହୋଇଛି । ଅଧିକ ପଢନ୍ତୁ...

ହିମାଚଳ ପ୍ରଦେଶରେ ଭୂସ୍ଖଳନ : ଫସିଛନ୍ତି 221 ଲୋକେ
ହିମାଚଳ ପ୍ରଦେଶରେ ଭୂସ୍ଖଳନ : ଫସିଛନ୍ତି 221 ଲୋକେ

By

Published : Jul 30, 2021, 2:21 PM IST

ସିମଲା: ମହମାରୀ କାଳରେ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାରେ ଭୂସ୍ଖଳନ ହୋଇଛି । ସିରମୋର ଜିଲ୍ଲାରେ ଅବସ୍ଥିତ ଜାତୀୟ ରାଜପଥ -707ରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । କାଲିଦାନକ ଏବଂ ବାଦୱାସ ନିକଟରେ ଥିବା ପାହାଡ ଫାଟିଯିବା କାରଣରୁ ରାସ୍ତାଟି ମାଟିରେ ମିଶିଯାଇଛି । ଫଳରେ ଜାତୀୟ ରାଜପଥର ଏକ ଅଂଶ ଧୋଇ ହୋଇଯିବା ସହ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ଏପରି ପରିସ୍ଥିତି ବିଷୟରେ ପୂର୍ବରୁ ଗାଡି ଚାଳକ ମାନଙ୍କୁ କୁହାଯାଇଥିଲା । ଏହାସହ ରାଜରାସ୍ତାରୁ ମଧ୍ୟ ଭୂସ୍ଖଳନ ପୂର୍ବରୁ ସମସ୍ତ ଗାଡି ଗୁଡିକ ହଟାଇଯାଇଥିଲା ।

ହିମାଚଳ ପ୍ରଦେଶରେ ଭୂସ୍ଖଳନ : ଫସିଛନ୍ତି 221 ଲୋକେ

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହେତୁ ଲାହୁଲ ଉପତ୍ୟକାରେ 221 ଜଣ ଲୋକ ଫସି ରହିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ଏନଡିଆରଏଫ ଟିମ୍ ନିରନ୍ତର ଉଦ୍ଧାର କାର୍ଯ୍ୟ ଚଳାଉଛନ୍ତି। ଲାହଲର ଉଦୟପୁର ସବ୍-ଡିଭିଜନରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ବାହ୍ୟ ରାଜ୍ୟରୁ 30 ରୁ ଅଧିକ ପର୍ଯ୍ୟଟକ ଅଛନ୍ତି। ସେମାନଙ୍କ ମଧ୍ୟରେ କେତେକ ମହିଳା ଏବଂ ଛୋଟ ପିଲା ମଧ୍ୟ ରହିଛନ୍ତି । ଏହା ସହ ୨ ଜଣ ଓଡିଆ ଲୋକ ମଧ୍ୟ ଏଠାରେ ଫସିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details