ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ସଭାରେ ହୃଦଘାତରେ ଟଳି ପଡିଲେ ଯୁବ କଂଗ୍ରେସ ନେତା - rajsthan congress

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସଭାରେ ହୃଦଘାତରେ ପ୍ରାଣ ହରାଇଲେ ରାଜସ୍ଥାନ କଂଗ୍ରେସର ଯୁବନେତା ମୋହବତ ସିଂ ନିମ୍ବୋଲ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସଭାରେ ହୃଦଘାତରେ ଚାଲିଗଲେ ଯୁବ କଂଗ୍ରେସ ନତା
ମୁଖ୍ୟମନ୍ତ୍ରୀଙ୍କ ସଭାରେ ହୃଦଘାତରେ ଚାଲିଗଲେ ଯୁବ କଂଗ୍ରେସ ନତା

By

Published : Oct 26, 2021, 7:43 PM IST

ଜୟପୁର: ମୁଖ୍ୟମନ୍ତ୍ରୀଙ୍କ ସଭାରେ ହୃତଘାତରେ ଚାଲିଗଲେ ଯୁବନେତା । ରାଜସ୍ଥାନର ଧରାବଦ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଯୁବ ନେତା ମୋହବତ ସିଂ ନିମ୍ବୋଲଙ୍କ ହୃତଘାତରେ ମୃତ୍ୟୁ ହୋଇଛି । ମୋହବତ ସିଂ ହୃତଘାତର ଶିକାର ହେବା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୋହବତ ସିଂ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ରାଜ୍ୟ କଂଗ୍ରେସର ମୁଖପାତ୍ର ଭାବେ ଦାୟିତ୍ବରେ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଭାରେ ହୃଦଘାତରେ ଚାଲିଗଲେ ଯୁବ କଂଗ୍ରେସ ନତା

ସୂଚନା ଅନୁଯାୟୀ ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ମୋହବତ୍ ସିଂଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଥିଲା । ମୋହବତ୍ ସିଂଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା। ମୋହବତ୍ ସିଂଙ୍କ ମୃତଦେହକୁ ଗୀତାଞ୍ଜଳୀ ହସ୍ପିଟାଲରେ ରଖାଯିବା ସହ ପରିବାର ସଦସ୍ୟଙ୍କ ପହଞ୍ଚିବାକୁ ଅପେକ୍ଷା କରାଯାଇଛି ।

ମୋହବତଙ୍କ ଆକସ୍ମିକ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ଅଶୋକ ଚାନ୍ଦନା, ମହେନ୍ଦ୍ରଜିତ୍ ସିଂ ମାଲଭିଆ, ଅର୍ଜୁନ ବାମନିଆ ଏବଂ ପ୍ରତାପଗଡ ବିଧାୟକ ରାମଲାଲ ମୀନା ପ୍ରମୁଖ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details