ଓଡିଶା

odisha

ETV Bharat / bharat

ଆଜି ବାଟଲା ହାଉସ ଏନକାଉଣ୍ଟର ମାମଲାର ଦଣ୍ଡବିଧାନ ଶୁଣାଣି - encounter case convict Ariz Khan

ଆଜି(ସୋମବାର) ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରିଜ ଖାନଙ୍କ ଦଣ୍ଡର ଅବଧି ବିଷୟରେ ଦିଲ୍ଲୀର ସାକେତ କୋର୍ଟ ଶୁଣାଣି କରିଛନ୍ତି । ମାର୍ଚ୍ଚ 8 ରେ କୋର୍ଟ ଆରିଜ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଧିକ ପଢନ୍ତୁ...

ବାଟଲା ହାଉସ ଏନକାଉଣ୍ଟର
ବାଟଲା ହାଉସ ଏନକାଉଣ୍ଟର

By

Published : Mar 15, 2021, 12:57 PM IST

Updated : Mar 15, 2021, 1:43 PM IST

ନୂଆଦିଲ୍ଲୀ: ଆଜି(ସୋମବାର) ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରିଜ ଖାନଙ୍କ ଦଣ୍ଡର ଅବଧି ବିଷୟରେ ଦିଲ୍ଲୀର ସାକେତ କୋର୍ଟ ଶୁଣାଣି କରିଛନ୍ତି । ମାର୍ଚ୍ଚ 8 ରେ କୋର୍ଟ ଆରିଜ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅତିରିକ୍ତ ସିଜିନ୍ ବିଚାରପତି ସନ୍ଦୀପ ଯାଦବ ଶୁଣାଣି କରି ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ଆରିଜ ଖାନଙ୍କୁ ଫେବୃଆରୀ 2018 ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଭାରତ-ନେପାଳ ସୀମାରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ବାରା ଆରିଜଙ୍କୁ ଗିରଫ କରାଯାଇଥିଲା।

ଦିଲ୍ଲୀ, ଅହମ୍ମଦାବାଦ, ୟୁପି ଏବଂ ଜୟପୁରରେ ମଧ୍ୟ ବୋମା ବିସ୍ଫୋରଣ ହୋଇଥିବା ଅଭିଯୋଗ ହୋଇଛି। 2008 ବାଟଲା ହାଉସ ଏନକାଉଣ୍ଟର ସମୟରେ ଦିଲ୍ଲୀର ଏକ ବିଲ୍ଡିଂରେ ଥିବା ଅଭିଯୋଗ ହୋଇଥିଲା । ଗୋଟିଏ ବିଲ୍ଡିଂରେ 4 ଜଣ ଆତଙ୍କବାଦୀ ଉପସ୍ଥିତ ଥିଲେ। 4 ଜଣ ଆତଙ୍କବାଦୀଙ୍କ ମଧ୍ୟରୁ 2 ଜଣ ଆତଙ୍କବାଦୀଙ୍କ ପଳାୟନରେ ଆରିଜ ସହାୟତା କରିଥିଲା ।

ଆରିଜ ବିରୋଧରେ ଏନଆଇଏ 15 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲା। ଦିଲ୍ଲୀ ପୋଲିସ ମଧ୍ୟ 5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଆରିଜ୍ ୟୁପିର ଆଜାମଗଡର ବାସିନ୍ଦା । ଏହି ମାମଲାରେ ଅଭିଯୁକ୍ତ ଶେହଜାଦ ଅହମ୍ମଦଙ୍କୁ 2013 ରେ ଦଣ୍ଡିତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 15, 2021, 1:43 PM IST

ABOUT THE AUTHOR

...view details