ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା, ମୋଦିଙ୍କ ଫଟୋରେ ଚଢାଇଲେ ଫୁଲମାଳ

ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀ ଅଧିକ ଉତ୍ସାହିତ ହୋଇ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋରେ ଫୁଲମାଳ ଚଢାଇଛନ୍ତି । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା, ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଚଢାଇଲେ ଫୁଲମାଳ
ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା, ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଚଢାଇଲେ ଫୁଲମାଳ

By

Published : Jun 21, 2021, 9:48 PM IST

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋରେ ଫୁଲମାଳ । ଏଭଳି ଅବହେଳା ମଧ୍ୟପ୍ରଦେଶର ସତନା ଜିଲ୍ଲାର ଏକ ଟୀକାଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ମୋଦିଙ୍କ ଫଟୋରେ ଫୁଲମାଳ ଦେଖି ହଠାତ୍‌ ଟିକା ନେବାକୁ ଆସିଥିବା ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇପଡିଥିଲେ ।

ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା, ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଚଢାଇଲେ ଫୁଲମାଳ

ମଧ୍ୟପ୍ରଦେଶରେ ଟୀକାକରଣର ମହାଅଭିଯାନ ଆରମ୍ଭ ହୋଇଛି । ସମସ୍ତ ରାଜ୍ୟବାସୀଙ୍କୁ ତୁରନ୍ତ ଟିକା ଯୋଗାଇବା ପାଇଁ ସରକାର ଉଦ୍ୟମ କରିଛନ୍ତି । ରାଜ୍ୟର ସତନା ଜିଲ୍ଲାରେ ଟୀକାକରଣ ପାଇଁ 247ଟି କେନ୍ଦ୍ର କରାଯାଇ ଜିଲ୍ଲାବାସୀଙ୍କୁ ଟିକା ଦିଆଯାଉଛି । ଟୀକାକରଣର ମହାଅଭିଯାନ ଆରମ୍ଭ ହୋଇଥିବାରୁ ସମସ୍ତ ଟିକାକେନ୍ଦ୍ରକୁ ଫୁଲମାଳରେ ସଜ୍ଜିତ କରାଯାଇଛି । ଏଥିଲାଗି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବାରା ଏକ ବଡ ତୃଟି ହୋଇଯାଇଛି ।

ଜିଲ୍ଲାର ଶାସକୀୟ ବିଦ୍ୟାଳୟରେ ହୋଇଥିବା ଟିକା କେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ନିକଟରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋରେ ମଧ୍ୟ ଫୁଲମାଳ ଚଢାଇଛନ୍ତି । ତେବେ ସେମାନେ ବିନା ଉଦ୍ଦେଶ୍ୟରେ କରିଥିବା ବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରକୁ ଟିକା ନେବାକୁ ଆସିଥିବା ଲୋକମାନେ ହଠାତ ମୋଦିଙ୍କ ଫଟୋରେ ଫୁଲମାଳ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ହିନ୍ଦୁ ଧର୍ମରେ ଦେବତା ଓ ଗୁରୁଙ୍କ ବ୍ୟତୀତ ଜୀବିତ ଲୋକଙ୍କ ଫଟୋରେ ଫୁଲମାଳ ଲଗାଯାଏନାହିଁ । କୌଣସି ବ୍ୟକ୍ତିଙ୍କ ଫଟୋରେ ଫୁଲମାଳ ଲଗାଗଲେ ତାଙ୍କୁ ମୃତ ବୋଲି ବିବେଚନା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details