ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ୧୯ ଟି ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ସ୍ବାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୮ ହଜାର ୪୫୩ କୋଟି ୯୨ ଲକ୍ଷ ଟଙ୍କା ଜାରି କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିରେ ଓଡିଶାର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗର ପାଳିକାମାନଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କାର ଅନୁଦାନ ସହାୟତା ଯୋଗାଇ ଦିଆଯାଇଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ । ସ୍ଥାନୀୟ ପ୍ରଶାସନ ଗୁଡିକୁ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କାର ଅନୁଦାନ ଜାରି କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ନିଜ ରିପୋର୍ଟରେ ସୁପାରିଶ କରିଥିଲେ । ଇତି ମଧ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୭୦ ହଜାର ୫୧ କୋଟି ଟଙ୍କା ଅନୁଦାନ ଆକାରରେ ଜାରି କରିବା ଲାଗି ସୁପାରିଶ କରାଯାଇଥିଲା। ଏହି ଅର୍ଥ ମଧ୍ୟରୁ ୪୩ ହଜାର ୯୨୮ କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ଏବଂ ୨୬ ହଜାର ୧୨୩ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିଶ କରିଥିଲେ।
ପ୍ରାଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ଅଭାବ ଗୁଡିକୁ ଦୂର କରିବା ସହିତ ଏକ କ୍ଷେତ୍ରକୁ ସୁଦୃଢ କରିବା ଲାଗି ଅନୁଦାନ ଜାରି କରାଯାଇଛି। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରର ଭିତ୍ତିଭୂମି ଏବଂ ସୁବିଧାକୁ ସୁଦୃଢ କରିବା ଲାଗି ଆବଶ୍ୟକ ପ୍ରତ୍ୟକ୍ଷ ହସ୍ତକ୍ଷେପ ଗୁଡିକୁ ଆୟୋଗ ଚିହ୍ନଟ କରିଥିଲେ। ତଦନୁଯାୟୀ, ପ୍ରତ୍ୟେକ ହସ୍ତକ୍ଷେପ ପାଇଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରିଛି ଅର୍ଥ ମନ୍ତ୍ରଣାଳୟ ।
କେଉଁକ୍ଷେତ୍ରକୁ କେତେ ଅନୁଦାନ...
- ଗ୍ରାମୀଣ କ୍ଷେତ୍ରରେ ଥିବା ସ୍ବାସ୍ଥ୍ୟସେବା କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ସହାୟତା – ୧୬ ହଜାର ୩୭୭ କୋଟି ଟଙ୍କା
- ଗ୍ରାମାଞ୍ଚଳରେ ବ୍ଲକ ସ୍ତରୀୟ ଜନ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ – ୫ ହଜାର ୨୭୯ କୋଟି ଟଙ୍କା ।
- ଗ୍ରାମାଞ୍ଚଳରେ ଅଟ୍ଟାଳିକା ନଥିବା ଉପ ସ୍ବାସ୍ଥ୍ୟ କେନ୍ଦ୍ର, ଜନ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଟ୍ଟାଳିକା ନିର୍ମାଣ ପାଇଁ ୭ ହଜାର ୧୬୭ କୋଟି ଟଙ୍କା