ଓଡିଶା

odisha

କୋଭିଡ ଚିକିତ୍ସା ପାଇଁ ନୂଆ ଗାଇଡଲାଇନ, ଆଇଭରମେକ୍ଟିନ ସମେତ ଅନେକ ଔଷଧକୁ ବାଦ୍‌

ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ଆଣ୍ଟିପାଇରେଟିକ ଓ ଆଣ୍ଟିଟ୍ୟୁସିଭକୁ ଛାଡି ଅନ୍ୟ ସମସ୍ତ ଔଷଧକୁ ଲିଷ୍ଟରୁ ବାଦ ଦିଆଯାଇଛି । ଅଧିକ ପଢନ୍ତୁ...

By

Published : Jun 7, 2021, 12:15 PM IST

Published : Jun 7, 2021, 12:15 PM IST

କୋଭିଡ ଚିକିତ୍ସା ପାଇଁ ନୂଆ ଗାଇଡଲାଇନ, ଆଇଭରମେକ୍ଟିନ ସମେତ ଅନେକ ଔଷଧକୁ ବାଦ୍‌
କୋଭିଡ ଚିକିତ୍ସା ପାଇଁ ନୂଆ ଗାଇଡଲାଇନ, ଆଇଭରମେକ୍ଟିନ ସମେତ ଅନେକ ଔଷଧକୁ ବାଦ୍‌

ନୂଆଦିଲ୍ଲୀ: ଭାରତରେ ଏବେ କୋରୋନା ଭାଇରସ ସଂକ୍ରମଣ ମାମଲାରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି । ମେ ମାସରେ ଯେଉଁଠି ଦୈନିକ 4 ଲକ୍ଷ ପାଖାପାଖି ନୂଆ ମାମଲା ସାମ୍ନାକୁ ଆସୁଥିଲା ସେଠି ବର୍ତ୍ତମାନ ସେହି ସଂଖ୍ୟା ହ୍ରାସ ପାଇ ଏକ ଲକ୍ଷରେ ପାଖାପାଖି ପହଞ୍ଚିଛି ।

ଏଭଳି ସ୍ଥିତିରେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ଆଣ୍ଟିପାଇରେଟିକ ଓ ଆଣ୍ଟିଟ୍ୟୁସିଭକୁ ଛାଡି ଅନ୍ୟ ସମସ୍ତ ଔଷଧକୁ ଲିଷ୍ଟରୁ ବାଦ ଦିଆଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ମେ 27ରେ ଜାରି କରାଯାଇଥିବା ଗାଇଡଲାଇନ ଆଧାରରେ ବିନା ଲକ୍ଷଣ ଓ ସାମାନ୍ୟ ଲକ୍ଷଣ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପକ୍ଷରୁ ଦିଆଯାଉଥିବା ହାଇଡ୍ରୋକସିଲକ୍ଲୋରୋକୁଇନ, ଆଇଭରମେକ୍ଟିନ, ଆକ୍ସିସାଇକ୍ଲିନ, ଜିଙ୍କ, ମଲଟିଭିଟାମିନ ଓ ଅନ୍ୟ ଔଷଧକୁ ବନ୍ଦ କରିଦିଆଯାଇଛି । ଏବେ ଏହାକୁ କେବଳ ଜ୍ବର ପାଇଁ ଆଣ୍ଟିପାଇରେଟିକ ଓ ଥଣ୍ଡା ଲକ୍ଷଣ ପାଇଁ ଆଣ୍ଟିଟ୍ୟୁସିଭ ଦିଆଯିବ ।

ଗାଇଡଲାଇନ ଆଧାରରେ ଡାକ୍ତରମାନେ ରୋଗୀଙ୍କୁ ଅନାବଶ୍ୟକ ଟେଷ୍ଟ ବନ୍ଦ କରିବା ପାଇଁ ମଧ୍ୟ କହିଛନ୍ତି । ଏଥିରେ ସିଟିସ୍କାନ, ମଧ୍ୟ ସାମିଲ ରହିଛି । କୋରୋନାରୁ ବଞ୍ଚିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ମାସ୍କ ସହିତ ହାତ ଧୋଇବାର ପରାମର୍ଶ ମଧ୍ୟ ଦିଆଯାଇଛି । ଏହା ସହିତ ଯଦି କୌଣସି ବ୍ୟକ୍ତି କୋରୋନା ସଂକ୍ରମିତ ହେଉଛନ୍ତି ତେବେ ଫୋନରେ କନସୋଲେସନ ନେବା ଓ ପୁଷ୍ଟିକର ଖାଦ୍ୟ ଖାଇବାର ମଧ୍ୟ ପରାମର୍ଶ ଦିଆଯାଇଛି ।

ABOUT THE AUTHOR

...view details