ଓଡିଶା

odisha

ETV Bharat / bharat

Heatwave Alert: ରାଜ୍ୟଙ୍କୁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର

ଗ୍ରୀଷ୍ମ ପ୍ରବାହ ନେଇ ବଢୁଛି ଚିନ୍ତା । ଆହୁରି 5 ଦିନ ଜାରି ରହିବା ନେଇ ପାଣିପାଗ ବିଭାଗର ସୂଚନା । ରାଜ୍ୟମାନଙ୍କୁ ଚିଠି ଲେଖି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦଶାବଳୀ ଜାରି କଲା କେନ୍ଦ୍ର । ଅଧିକ ପଢନ୍ତୁ

ଗ୍ରୀଷ୍ମ ପ୍ରବାହ ଚିନ୍ତା: ରାଜ୍ୟଙ୍କୁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର
ଗ୍ରୀଷ୍ମ ପ୍ରବାହ ଚିନ୍ତା: ରାଜ୍ୟଙ୍କୁ ନିର୍ଦ୍ଦେଶାବଳୀ ଜାରି କଲା କେନ୍ଦ୍ର

By

Published : May 2, 2022, 6:38 AM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ନେଇ ରାଜ୍ୟମାନଙ୍କୁ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ରବିବାର ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏ ସମ୍ପର୍କିତ ପ୍ରସଙ୍ଗରେ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ପ୍ରତେକ ଦିନର ତାପମାତ୍ରା ସମ୍ପର୍କିତ ସୂଚନା ଭାରତୀୟ ପାଣିପାଗ ବିଭାଗ ଦ୍ବାରା ଜାରି କରାଯାଉଛି । ଆଉ 4 ରୁ 5ଦିନ ଏପରି ସ୍ଥିତି ଲାଗି ରହିବା ନେଇ ମଧ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି । ତେଣୁ ଏହି ସମୟରେ ସମସ୍ତ ପ୍ରସ୍ତୁତି ସହ ସତର୍କତାମୂଳକ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଗ୍ରୀଷ୍ମ ପ୍ରବାହର ପରଚାଳନା ପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସମସ୍ତ ସ୍ଥାନରେ ପାନୀୟ ଜଳ ନେଇ ଥିବା ସମସ୍ୟାର ସମାଧାନ କରିବା ଆବଶ୍ୟକ । ସଚେତନତାର ଆବଶ୍ୟକତା ମଧ୍ୟ ଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ସେହିପରି ଏହି ସମୟ ମଧ୍ୟରେ ବିଜୁଳି କାଟ ବନ୍ଦ ରଖିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ପାକିସ୍ତାନ ଓ ଆଫଗାନିସ୍ତାନରେ ଦେଖିବାକୁ ମିଳିଥିବା ଶୁଷ୍କ ବାୟୁ ପ୍ରବାହର ପ୍ରଭାବ ଦିଲ୍ଲୀ ସମେତ ଉତ୍ତର ଭାରତରେ ଦେଖିବାକୁ ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଫଳରେ ଘୂର୍ଣ୍ଣିଝଡ ଓ ଧୂଳିଝଡ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ସେସବୁ ସମ୍ଭାବ୍ୟ ଆଶଙ୍କା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ର କହିଛି । ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସମତେ ସମଗ୍ର ଉତ୍ତର-ପଶ୍ଚିମ ଭାରତ ପାଇଁ ବଜ୍ରପାତ ଏବଂ ଧୂଳିଝଡ ନେଇ ସତର୍କ ରହିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details