ଓଡିଶା

odisha

ମାସିକ ଋତୁସ୍ରାବ ଜୀବନରେ ବାଧକ ନୁହେଁ, ତେଣୁ ବାଧ୍ୟତାମୂଳକ ଛୁଟିର ଆବଶ୍ୟକତା ନାହିଁ: ସ୍ମୃତି ଇରାନୀ

By ETV Bharat Odisha Team

Published : Dec 14, 2023, 12:44 PM IST

Paid Menstrual Leave: ମାସିକ ଋତୁସ୍ରାବ ସମୟରେ ବାଧ୍ୟତାମୂଳକ ଛୁଟି ଏବଂ ଦରମା ପ୍ରସଙ୍ଗକୁ ସିଧାସଳଖ ଖଣ୍ଡନ କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । କହିଲେ ଏମିତି

WCD Minister Smriti Irani
WCD Minister Smriti Irani

ହାଇଦ୍ରାବାଦ: ମହିଳାମାନଙ୍କ ମାସିକ ଋତୁସ୍ରାବ ସାଧାରଣ ପ୍ରକ୍ରିୟା ଅଟେ । ତେବେ ଏହି ସମୟରେ ଯୁବତୀଙ୍କୁ ଛୁଟି ସହିତ ଦରମା ବାଧ୍ୟତାମୂଳକ କରିବାକୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଅନେକ ରାଜ୍ୟର ବିଶ୍ବବିଦ୍ୟାଳୟରେ ଋତୁସ୍ରାବ ସମୟରେ ଛାତ୍ରୀମାନେ ଛୁଟି ନେଇପାରିବେ ବୋଲି ଘୋଷଣା କରାଯାଇଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଓ୍ବାର୍କ ଫ୍ରମ ହୋମ ସୁବିଧା ମଧ୍ୟ କରାଯାଇଛି । ଏହାକୁ ନେଇ ଚର୍ଚ୍ଚା, ତର୍କ ବିତର୍କ ଜାରି ରହିଥିବା ବେଳେ କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ନିଜର ଆଭିମୁଖ୍ୟ ରଖିଛନ୍ତି । ମାସିକ ଋତୁସ୍ରାବ କୌଣସି ପ୍ରାକରେ ବାଧା ନୁହେଁ, ତେଣୁ ଏଥିପାଇଁ ବାଧ୍ୟତାମୂଳକ ଛୁଟି ସହିତ ଦରମାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତକାଲି(ବୁଧବାର) ଲୋକସଭାରେ ଆରଜେଡି ନେତା ମନୋଜ କୁମାର ଝା ଋତୁସ୍ରାବ ସ୍ବଚ୍ଛତା ନୀତି ଉପରେ କରିଥିବା ପ୍ରଶ୍ନର ଏଭଳି ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ।

ପ୍ରକାଶଥାଉକି, ଗତ ସପ୍ତାହରେ କଂଗ୍ରେସ ନେତା ଶଶି ଥରୁରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ କହିଥିଲେ, "ମାସିକ ଋତୁସ୍ରାବ ସମୟରେ ମହିଳା ବା ଯୁବତୀମାନଙ୍କୁ ଛୁଟି ପ୍ରଦାନ କରିବା ନିମନ୍ତେ ସରକାଙ୍କର କୌଣସି ଯୋଜନା ନାହିଁ ।"

ବୁଧବାର ଲୋକସଭାରେ ସ୍ମୃତି ଇରାନୀ କହିଛନ୍ତି, "ଏକ ମହିଳାଙ୍କ ଜୀବନରେ ଋତୁସ୍ରାବ ଏକ ସ୍ବଭାବିକ ଚକ୍ର ଅଟେ, ଏହା କୌଣସି ପ୍ରକାରେ ବାଧା ନୁହେଁ । ଏହା ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ଅଂଶ ଅଟେ । ଯେଉଁ ପରିସ୍ଥିତିରେ ମହିଳାମାନେ ସମାନ ସୁବିଧା ସୁଯୋଗରୁ ବଞ୍ଚିତ ହେବେ ସେଭଳି ସ୍ଥିତିରେ ଆମେ ଏହି ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ଦେବା ଉଚିତ ନୁହେଁ । କାରଣ ଋତୁସ୍ରାବ ହେଉନଥିବା ମହିଳାଙ୍କର ଏଥିପ୍ରତି ଏକ ଭିନ୍ନ ଦୃଷ୍ଟିକୋଣ ରହିଛି ।"

ଏହା ମଧ୍ୟ ପଢନ୍ତୁ: Menstrual leaves: ଋତୁସ୍ରାବ ସମୟରେ ଏହି ବିଶ୍ବବିଦ୍ୟାଳୟର ଛାତ୍ରୀ ପାଇବେ ଛୁଟି

ତେବେ ଋତୁସ୍ରାବ ସମୟରେ ଛୁଟିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିରୋଧ କରିଥିଲେ ହେଁ ଋତୁସ୍ରାବ ସମୟରେ ସ୍ବଚ୍ଛତା ଉପରେ ସେ ଅଧିକ ଗୁରୁତ୍ବାରୋପ କରିଛନ୍ତି । ଭାରରେ ମହିଳା, ଯୁବତୀମାନଙ୍କୁ ଋତୁସ୍ରାବ ସମୟରେ ସ୍ବଚ୍ଛତା ବିଷୟରେ ସଚେତନ କରାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଏକ ଡ୍ରାଫ୍ଟ ପ୍ରସ୍ତୁତ ହେବ ବୋଲି କହିଛନ୍ତି । ଏହାସହିତ ସେ ମାସିକ ସ୍ବଚ୍ଛତା ନୀତି(Promotion of Menstrual Hygiene Management) ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଋତୁସ୍ରାବ ସମୟରେ ୧୦ରୁ ୧୯ ବର୍ଷୀୟ ନାବାଳିକାଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ ସଚେତନତା ସୃଷ୍ଟି କରାଯାଉଥିବା ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଋତୁସ୍ରାବ ସମୟରେ ବାଧ୍ୟତାମୂଳକ ଛୁଟି ପ୍ରସଙ୍ଗକୁ ନେଇ ଗତ ସୋମବାର ଦିନ ପାର୍ଲାମେଣ୍ଟ୍‌ରେ ଏକ ବିଲ୍‌ ଆଗତ ହୋଇଥିଲା । ତେବେ ଏଥରେ ମାସିକ ଋତୁସ୍ରାବକୁ ସ୍ବାସ୍ଥ୍ୟଗତ ସମସ୍ୟା ଭାବେ ବିବେଚନା କରାଯାଇଥିଲା । ପ୍ରକାଶଥାଉକି ଗତ କିଛିଦିନ ପୂର୍ବରୁ ସ୍ପେନ ସାଂସଦ ଏନେଇ ଏକ ବିଲ ପାସ କରିଥିଲା । ଋତୁସ୍ରାବ ସମୟରେ ଯନ୍ତ୍ରଣା ହେଲେ ଛୁଟି ନେଇପାରିବେ ବୋଲି ପ୍ରକାଶିତ ହୋଇଥିଲା ।

ABOUT THE AUTHOR

...view details