ଓଡିଶା

odisha

କିଛି ରାଜ୍ୟରେ କମିଛି କୋରୋନା ସଂକ୍ରମଣ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

By

Published : May 3, 2021, 5:30 PM IST

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ଗତ 15 ଦିନ ମଧ୍ୟରେ କୋରୋନା ସଂକ୍ରମଣରେ ହ୍ରାସ ଘଟିଛି । ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ କୋରୋନା ସଂକ୍ରମଣ କମିଛି । ଅଧିକ ପଢନ୍ତୁ...

କିଛି ରାଜ୍ୟରେ କମିଛି କୋରୋନା ସଂକ୍ରମଣ
କିଛି ରାଜ୍ୟରେ କମିଛି କୋରୋନା ସଂକ୍ରମଣ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ଗତ 15 ଦିନ ମଧ୍ୟରେ କୋରୋନା ସଂକ୍ରମଣରେ ହ୍ରାସ ଘଟିଛି । ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ କୋରୋନା ସଂକ୍ରମଣ କମିଛି । ସେ କହିଛନ୍ତି ଯେ ଛତିଶଗଡରେ କୋରୋନା ସଂକ୍ରମଣ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ତେଣୁ ସଂକ୍ରମଣ ନେଇ ଖାମ ଖିଆଲ୍ ହେବା ଉଚିତ୍ ନୁହେଁ ।

କିଛି ରାଜ୍ୟରେ କମିଛି କୋରୋନା ସଂକ୍ରମଣ

ସେ ଏହା ମଧ୍ୟ କହିଛନ୍ତି ଯେ, ସାମୂହିକ ଭାବରେ ଆମକୁ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସାରା ଦେଶରେ 34 ଲକ୍ଷରୁ ଅଧିକ କୋରୋନା ସଂକ୍ରମଣ ସକ୍ରିୟ ରହିଛି । କିଛି ପରିମାଣରେ କୋରୋନା ସଂଖ୍ୟା ହ୍ରାସ ପାଇଛି ।

ସରକାରଙ୍କ ତଥ୍ୟ ଅନୁଯାୟୀ, କୋରୋନା ସଂକ୍ରମିତ ଲୋକଙ୍କ ପୁନରୁଦ୍ଧାର ହାର ପୂର୍ବ ଅପେକ୍ଷା ଭଲ ରହିଛି । ଏହା ବ୍ୟତୀତ MBBS ଅନ୍ତିମ ବର୍ଷର ଛାତ୍ରମାନଙ୍କୁ ଡ୍ୟୁଟିରେ ରଖାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details