ଓଡିଶା

odisha

ETV Bharat / bharat

ଯୋଧପୁର ହାଇୱେରେ ଜଳିଲା ବସ, ୬ ଜୀବନ୍ତ ଦଗ୍ଧ

ରାଜସ୍ଥାନ ଯୋଧପୁର ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣା । ବସ ଓ ଟ୍ୟାଙ୍କର ଧକ୍କା ପରେ ଜଳିଗଲା ବସ୍ । ୬ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ...

By

Published : Nov 10, 2021, 2:35 PM IST

ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଲା ବସ, ୬ ଜୀବନ୍ତ ଦଗ୍ଧ
ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଲା ବସ, ୬ ଜୀବନ୍ତ ଦଗ୍ଧ

ଜୟପୁର: ରାଜସ୍ଥାନ ବାଡମେର ଜିଲ୍ଲା ଅନ୍ତର୍ଗତ ଯୋଧପୁର ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ଉପରେ ହୁ ହୁ ହୋଇ ଜଳିଲା ଯାତ୍ରୀବାହୀ ବସ । ଯେଉଁଥିରେ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ । ଏକ ଟ୍ୟାଙ୍କର ସହ ବସଟି ଧକ୍କା ହେବା ପରେ ଏଥିରେ ଭୟଙ୍କର ଭାବେ ନିଆଁ ଲାଗିଯାଇଥିବା ସୂଚନା । ଦୁର୍ଘଟଣାରେ ବହୁ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ ।

ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଲା ବସ, ୬ ଜୀବନ୍ତ ଦଗ୍ଧ

ସୂଚନା ମୁତାବକ, ଆଜି(ବୁଧବାର) ସକାଳ ସାଢେ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ବସଟି ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ନେଇ ବାଲୋତରାରୁ ଯୋଧପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ସାମ୍ନାରୁ ଆସୁଥିବା ଟ୍ୟାଙ୍କରକୁ ଅତିକ୍ରମ କରିବା ବେଳେ ଦୁର୍ଘଟଣା ଘଟି ଗାଡିରେ ନିଆଁ ଲାଗିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀ ଆହତ ଯାତ୍ରୀଙ୍କୁ ବସରୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ମାତ୍ର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ବସଟି ଟ୍ୟାଙ୍କର ସହ ଏତେ ଜୋରରେ ଧକ୍କା ହୋଇଥିଲା ଯେ ମାତ୍ର କେଇ ମିନିଟରେ ହିଁ ଏହି ଯାତ୍ରୀବାହୀ ବସଟି ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details