ଓଡିଶା

odisha

ETV Bharat / bharat

ପତ୍ନୀ ଓ ୨ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ଚରମ ନିଷ୍ପତ୍ତି ନେଲେ କନେଷ୍ଟବଳ - କନେଷ୍ଟବଳଙ୍କ ଆତ୍ମହତ୍ୟା

ସମ୍ପତ୍ତି ବିବାଦରୁ ପ୍ରଥମ ପତ୍ନୀ ଓ ୨ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ କନେଷ୍ଟବଳଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ! ଘଟଣାସ୍ଥଳରୁ ସରକାରୀ ବନ୍ଧୁକ ଓ ସମ୍ପତ୍ତି ସମ୍ପର୍କିତ ପେପର ଜବତ । ଅଧିକ ପଢନ୍ତୁ

ପତ୍ନୀ ଓ ୨ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ କନେଷ୍ଟବଳଙ୍କ ଆତ୍ମହତ୍ୟା !
ପତ୍ନୀ ଓ ୨ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ କନେଷ୍ଟବଳଙ୍କ ଆତ୍ମହତ୍ୟା !

By ETV Bharat Odisha Team

Published : Oct 5, 2023, 10:26 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶ କଡପା ଜିଲ୍ଲାରେ ଜଣେ ହେଡ କନେଷ୍ଟବଳ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ କନେଷ୍ଟବଳ ଜଣକ ଦ୍ବିତୀୟ ବିବାହ କରିଥିଲେ । ହତ୍ୟାର ଶିକାର ହୋଇଥିବା ପତ୍ନୀ କନେଷ୍ଟବଳ ପ୍ରଥମ ପତ୍ନୀ ବୋଲି ଜଣାପଡିଛି । କନେଷ୍ଟବଳ ଜଣକ ଦୁଇଟି ବିବାହ କରିଥିଲେ । ପାରିବାରିକ ସମ୍ପତ୍ତି ବିବାଦ ଲାଗି ରହିଥିଲା । ସେହି କାରଣରୁ କନେଷ୍ଟବଳ ଜଣଙ୍କ ପ୍ରଥମ ପତ୍ନୀ ଓ ତାଙ୍କ ଦୁଇ ଝିଅକୁ ଗୁଳି କରିବା ପରେ ନିଜେ ମଧ୍ୟ ଗୁଳି କରି ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ତଦନ୍ତରୁ ସାମ୍ନାକୁ ଆସିଛି । ପୋଲିସ ପହଞ୍ଚି ସମସ୍ତ ୪ ମୃତଦେହ ଜବତ କରିଛି । ହତ୍ୟା ଓ ଆତ୍ମହତ୍ୟାରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରିଛି । ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହି କନେଷ୍ଟବଳ ହେଉଛନ୍ତି YSR ଜିଲ୍ଲା ପୁଲିଭେନେଦୁଲା ଏରିଆର ଭେଙ୍କେଟୁଶ୍ବରାଲୁ । ସେ କଡପା ଜିଲ୍ଲା ଟାଉନ ପୋଲିସ ଷ୍ଟେସନରେ ଜଣେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ପ୍ରଥମ ପତ୍ନୀ ମାଧବୀ ଦୁଇ ଝିଅଙ୍କ ସହ ସେ କଡପା କୋପରିଟିଭି କଲୋନୀରେ ଗତ ଦୁଇ ବର୍ଷ ହେଲା ରହୁଥିଲେ । ଜଣେ ଝିଅ ଉଚ୍ଚଶିକ୍ଷା ଜାରି ରଖିଥିବା ବେଳେ ଅନ୍ୟ ଜଣେ ୧୦ମ ଶ୍ରେଣୀରେ ପଢୁଥିଲେ ।

ତେବେ ସେ ପରେ ରମାଦବୀ ନାମ୍ନୀ ମହିଳାଙ୍କୁ ଦ୍ବିତୀୟ ବିବାହ ମଧ୍ୟ କରିଥିଲେ । ହେଲେ ପ୍ରଥମ ପତ୍ନୀ ଓ ଝିଅଙ୍କ ସହ ସେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେ ଥାନାରୁ ଡ୍ୟୁଟି ସାରି ଫେରିଥିଲେ । ଘରେ ଶୋଇଥିବା ପ୍ରଥମ ପତ୍ନୀ ମାଧବୀଙ୍କୁ ପ୍ରଥମେ ଗୁଳି କରିଥିଲେ ଭେଙ୍କେଟୁଶ୍ବରାଲୁ । ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇ ସ୍ତ୍ରୀକୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମଧ୍ୟ ଗୁଳି କରିଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସେ ନିଜକୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରକୁ ଗୁଳି କରିଥିଲେ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳେ ସମସ୍ତହଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- Junagarh Triple murder case: ଅଣ୍ଟି ଛୁରୀ ତଣ୍ଟି କାଟିଲା, ପୁତୁରା ହିଁ ହତ୍ୟାକାରୀ

ପୋଲିସ ପହଞ୍ଚି ସମସ୍ତ ୪ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାସ୍ଥଳରୁ ସରକାରୀ ରିଭଲଭର ମଧ୍ୟ ଜବତ ହୋଇଛି । ଅନ୍ୟ କିଛି ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ମଧ୍ୟ ପୋଲିସ ପାଇଛି । ଯେଉଁଥିରେ ସମ୍ପତ୍ତି ଓ୍ବିଲ କରାଯିବା ନେଇ ଉଲ୍ଲେଖ ରହିଛି । ତେଣୁ ଏହି ହତ୍ୟାକାଣ୍ଡ ଓ ଜୀବନ ହାରିବା ସମ୍ପତ୍ତି ବିବାଦରୁ ଘଟିଥିବା ପ୍ରାଥମିକ ଭାବେ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details