ହାଇଦ୍ରାବାଦ:ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ ଇସ୍ରାଏଲ୍ ଦୂତାବାସରେ କାର୍ଯ୍ୟରତ ଦିଲ୍ଲୀ ପୋଲିସର ଜଣେ ହେଡ କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି (head constable posted in israel embassy died)। ମୃତ ପୋଲିସ କର୍ମଚାରୀଙ୍କ ନାମ ଅଶୋକ କୁମାର ଓ ସେ ଦିଲ୍ଲୀ ପୋଲିସରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ମୃତଦେହ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ବସନ୍ତ ବିହାରରେ ଥିବା ଇସ୍ରାଏଲ ଦୂତାବାସର ଆବାସିକ କମ୍ପ୍ଲେକ୍ସରେ ହେଡ କନେଷ୍ଟବଳ ଅଶୋକଙ୍କର ପୋଷ୍ଟିଂ ହୋଇଥିଲା । ତେବେ ଆଜି ତାଙ୍କର ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଏକ କୋଠରୀରୁ ଠାବ କରାଯାଇଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡାଲ ନୋଟ କିମ୍ବା ଅନ୍ୟ ପ୍ରମାଣ ମିଳିନାହିଁ । ଏଥି ସହିତ ପ୍ରାଥମିକ ତଦନ୍ତରେ ଅଶୋକଙ୍କ ପରିବାରରେ କିଛି ବିବାଦ ଦେଖାଯାଇଥିବା ପୋଲିସ ଜାଣିବାକୁ ପାଇଛି ।