ରାୟପୁର: ଉତ୍ତରପ୍ରଦେଶ କାଙ୍କେର ପିଜି କଲେଜରେ ବିବାଦ (Firing in kanker pg college) ପରେ ଫୁଟିଲା ଗୁଳି । ସିଏଏଫ ଯବାନଙ୍କ ଗୁଳିରେ ହେଡ୍ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିବା ପରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳି ଚଳାଇବା ପରେ ଯବାନ ନିଜକୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ପ୍ରାୟ ୨ଘଣ୍ଟା ପରେ ଏସପି ଓ କମାଣ୍ଡର ତାଙ୍କୁ କୋଠରୀରୁ ବାହାର କରିବାରେ ସଫଳ ହୋଇଛନ୍ତି ।
ଏସପି ଶଲଭ ସିହ୍ନା ଏହି ଘଟଣା ସମ୍ପର୍କରେ କହିଛନ୍ତି, "CAF କର୍ମଚାରୀଙ୍କୁ ଷ୍ଟ୍ରଙ୍ଗ ରୁମରେ ନିୟୋଜିତ କରାଯାଇଛି । ପାରସ୍ପରିକ ବିବାଦ ଯୋଗୁଁ CAF ୧୧ ବାଟାଲିୟନର ଯବାନ ହେଡ୍ କନଷ୍ଟେବଳଙ୍କ ଉପରକୁ ଗୁଳି ଚଳାଇଥିବାର ସକାଳେ ସୂଚନା ମିଳିଥିଲା । ଘଟଣାସ୍ଥଳରେ ପୋଲିସ BSF ଟିମ୍ ପହଞ୍ଚିଥିଲେ । ଏହି ଯବାନଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ସାମ୍ନାକୁ ଆସୁଛି ଯେ, ସେମାନଙ୍କ ମଧ୍ୟରେ କିଛି ବିବାଦ ଦେଖାଦେଇଥିଲା, ଯାହାପରେ ଏହି ଗୁଳିକାଣ୍ଡ ଘଟିଛି । ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଯବାନଙ୍କ ମାନସ୍ଥିତି ଠିକ ନଥିବା ବେଳେ ସେ ଭୟଭୀତ ହୋଇପଡ଼ିଛନ୍ତି ।