ହାଇଦ୍ରାବାଦ: ଚୋରି କରିବା ପାଇଁ ଚୋର ରାତିରେ ସ୍ବପ୍ନ ଦେଖେ । ଆଉ ସକାଳେ ଚୋରି କରେ । ଏହା ଜଣେ ଚୋରର ଚୋରି କରିବାର କୌଶଳ । ଏହା କୌଣସି ଚଳଚ୍ଚିତ୍ର କାହାଣୀର ସଂଳାପ ଲାଗୁଥିଲେ ମଧ୍ୟ ସତ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ ଚୋର ଏହି ପରି ଷ୍ଟାଇଲରେ ଚୋରି କରିଥାଏ । ତେଲେଙ୍କାନାର ହାଇଦ୍ରାବାଦ ପୋଲିସ ତାକୁ ଗିରଫ କରିଛି ।
ହାଇଦ୍ରାବାଦ ସିଟି ପୋଲିସ ମହେଶ ଭାଗୱତଙ୍କ ଅନୁସାରେ, ମୁଚୁ ଆମ୍ବେଦକର(50), ରାଜୁ, ଗାନ୍ଧୀନଗରର କୁନ୍ଦୁଲା ରାଜେନ୍ଦ୍ର ପ୍ରସାଦ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରନ୍ତି । ୧୯୮୯ରୁ ସେ କର୍ଣ୍ଣାଟକ ସହ ହାଇଦ୍ରବାଦରେ ଚୋରି କରିବା ଆରମ୍ଭ କରିଥିଲେ । ସେ ୧୯୯୧ରେ ଲାଲଗୁଡାରୁ ପ୍ରଥମେ ଗିରଫ ହୋଇଥିଲେ । ଏହାପରଠୁ ହାଇଦ୍ରାବାଦରେ ତା ନାମରେ ୨୧ଟି ମାମଲା ରୁଜ୍ଜୁ ହୋଇଛି । ଗିରଫ ପରେ ବି ସେ ଚୋରି କରିବା ଛାଡି ନଥିଲେ । ଗତ ୧୦ବର୍ଷ ଧରି ଉପାନ୍ତ ଅଞ୍ଚଳକୁ ଟାର୍ଗେଟ କରି ଚୋରି କରିଆସୁଛନ୍ତି।