ଓଡିଶା

odisha

ETV Bharat / bharat

NDA ମେଣ୍ଟରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ - ଜେଡିଏସ ନେତା ଏଚଡି କୁମାରସ୍ବାମୀ

ଆଜି NDA ମେଣ୍ଟରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ । ଜେଡିଏସ ନେତା ଏଚଡି କୁମାରସ୍ବାମୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 22, 2023, 5:34 PM IST

ନୂଆଦିଲ୍ଲୀ:ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ଆଜି ବିଧିବଦ୍ଧ ଭାବେ ସାମିଲ ହେଲା ଜନତା ଦଳ ସିକ୍ୟୁଲାର (JDS) । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହିତ ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟରେ ସାଧାରଣ ନିର୍ବାଚନକୁ ମୈଦାନକୁ ଓହ୍ଲାଇବ ଜେଡିଏସ ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବେ ଗୌଡା ଓ ତାଙ୍କ ପୁଅ କୁମାରସ୍ବାମୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗତକାଲି (ଗୁରୁବାର) ଭେଟିଥିଲେ । ଏହି ସମୟରେ କର୍ଣ୍ଣାଟକର ରାଜନୀତି ବାତାବରଣ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟରେ ସାଧାରଣ ନିର୍ବାଚନକୁ ମୈଦାନକୁ ଓହ୍ଲାଇବ ବୋଲି ଜେଡିଏସ ଆଲୋଚନା କରିଥିଲା ।

ଏହା ବି ପଢନ୍ତୁ- 2024 ରେ BJP-JDS ମେଣ୍ଟ ଘୋଷଣା କଲେ ଦେବେଗୌଡା, କହିଲେ ଆଞ୍ଚଳିକ ଦଳର ସୁରକ୍ଷା ପାଇଁ ମେଣ୍ଟ ଜରୁରୀ

ସୂଚନା ଥାଉ କି ଗତ ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ଜେଡିଏସ ୧୯ଟି ଆସନ ହାତେଇଥିଲା । ଯାହାକି ଇତିହାସରେ ଦଳର ସବୁଠୁ ଖରାପ ପ୍ରଦର୍ଶନ ଥିଲା । କଂଗ୍ରେସ ବହୁମତ ସହିତ ନିର୍ବାଚନ ଜିତି କର୍ଣ୍ଣାଟକରେ ସରକାର ଗଠନ କରିଥିବା ବେଳେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅନ୍ୟପଟେ ଦିଲ୍ଲୀରେ NDA ବୈଠକ ବା ଜୁଲାଇରେ ବେଙ୍ଗାଲୁରୁରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଜେଡିଏସକୁ ନିମନ୍ତ୍ରିତ କରାଯାଇନଥିଲା । ଉଭୟ ମେଣ୍ଟର ବୈଠକରେ ଜେଡିଏସ ଯୋଗଦାନ କରିନଥିଲା ।

ଏହା ବି ପଢନ୍ତୁ- ବିଜେପିକୁ ସମର୍ଥନ ଦେବ ଜେଡିଏସ !

ପୂର୍ବରୁ ଦେବେ ଗୌଡା କହିଥିଲେ ଯେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ତାଙ୍କ ଦଳକୁ ମେଣ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜେ କୁମାରାସ୍ବାମୀଙ୍କୁ ମେଣ୍ଟ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ କୁମାରାସ୍ବାମୀ ଏଥିରେ ସହମତି ପ୍ରକାଶ କରିନଥିଲେ । କ୍ଷମତାକୁ ଆସିବା ଜେଡିଏସ କୌଣସି ବଡ଼ କଥା ନୁହେଁ ବୋଲି ସେତେବେଳେ କୁମାରାସ୍ବାମୀ ଅନୁଭବ କରିଥିଲେ । ହେଲେ ଆଞ୍ଚଳିକ ଦଳକୁ ସୁରକ୍ଷିତ ରଖିବାକୁ ହେଲେ ଏବେ ବିଜେପି ସହ ମେଣ୍ଟ ନିଷ୍ପତ୍ତି ଜରୁରୀ । 2024ରେ ଦୁଇ ଦଳ ଏକାଠି ନିର୍ବାଚନ ଲଢିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details