ଓଡିଶା

odisha

ETV Bharat / bharat

କୁମାରାସ୍ବାମୀ କର୍ଣ୍ଣାଟକ JDS ସଭାପତି, ପୁରୁଣା କମିଟି ଭଙ୍ଗ କଲେ ଦେବେଗୌଡା

ଏଚ.ଡି କୁମାରାସ୍ବାମୀ କର୍ଣ୍ଣାଟକ JDS ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ । ଆଜି ଦଳର କୋର କମିଟି ବୈଠକରେ ପୁରୁଣା କମିଟି ଭଙ୍ଗ କଲେ ପ୍ରତିଷ୍ଠାତା ମୁଖ୍ୟ ଦେବେଗୌଡା । ଅଧିକ ପଢନ୍ତୁ

ଏଚଡି ଦେବେଗୌଡା
ଏଚଡି ଦେବେଗୌଡା

By ETV Bharat Odisha Team

Published : Oct 19, 2023, 4:47 PM IST

Updated : Oct 19, 2023, 5:09 PM IST

ବେଙ୍ଗାଲୁରୁ: ଜନତା ଦଳ ସିକ୍ୟୁଲାର (ଜେଡିଏସ)ର କର୍ଣ୍ଣାଟକ ପ୍ରଦେଶ ଅଧ୍ୟକ୍ଷ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରାସ୍ବାମୀ । ଆଜି ଦଳର ପୁରୁଣା ସଙ୍ଗଠନିକ ୟୁନିଟକୁ ଭାଙ୍ଗି ଦିଆଯିବା ସହ ନୂତନ କମିଟି ଗଠନ କରାଯାଇଛି । ଆଜି ବସିଥିବା କୋର କମିଟି ବୈଠକରେ ପୂର୍ବତନ ଅଧ୍ୟକ୍ଷ ସିଏମ ଇବ୍ରାହିମଙ୍କୁ ପ୍ରଦେଶ ଅଧ୍ୟକ୍ଷ ପଦରୁ ବରଖାସ୍ତ କରାଯିବା ସହ ସମ୍ପୂର୍ଣ୍ଣ ପୁରୁଣା କମିଟିକୁ ଭଙ୍ଗ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏଚଡି ଦେବେଗୌଡା । କୁମାରସ୍ବାମୀ ସର୍ବସମ୍ମତି କ୍ରମେ ପ୍ରଦେଶ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଦଳକୁ ସୁଦୃଢ କରିବା ତାଙ୍କର ପ୍ରଥମ ପ୍ରୟାସ ହେବାକୁ ଯାଉଥିବା କୁମାରସ୍ବାମୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ସାଙ୍ଗଠନିକ ପରିବର୍ତ୍ତନ ସମ୍ପର୍କରେ ପ୍ରେସମିଟ କରି ନିଜେ ଦଳର ପ୍ରତିଷ୍ଠାତା, ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ସୂଚନା ଦେଇଛନ୍ତି ।

ଆଜି ଦଳୀୟ କୋର କମିଟି ବୈଠକ ଶେଷ ହେବା ପରେ ଏକ ପ୍ରେସମିଟରେ ସାଙ୍ଗଠନିକ ପରିବର୍ତ୍ତନ ନେଇ ସ୍ପଷ୍ଟ କରିଛନ୍ତି ଦେବେଗୌଡା । ଆଜି ବୈଠକରେ ପ୍ରଦେଶ କମିଟିକୁ ଭଙ୍ଗ କରାଯାଇଛି । ବୈଠକରେ ସର୍ବସମ୍ମତି କ୍ରମେ କୁମାରାସ୍ବାମୀଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ମଧ୍ୟ ଚୟନ କରାଯାଇଛି । ସେହିପରି ସେ ଦଳର ବିଧାୟକ ଦଳ ନେତା ଭାବେ ମଧ୍ୟ ଚୟନ ହୋଇଛନ୍ତି । ପରବର୍ତ୍ତୀ ନିର୍ବାଚନ ପ୍ରର୍ଯ୍ୟନ୍ତ ସେ ଦଳର ରାଜ୍ୟ ସଭାପତି ଭାବେ କାର୍ଯ୍ୟ ଜାରି ରଖିବା ନେଇ ମଧ୍ୟ ଦେବେଗୌଡା କହିଛନ୍ତି । ଦଳର ଅନ୍ୟତମ ବରିଷ୍ଠ ନେତା କେ.ଏ ଥିପ୍ପେସ୍ବାମୀ ଦଳର ପ୍ରଦେଶ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ପ୍ରଦେଶ ଅଧ୍ୟକ୍ଷ ଓ ସାଧାରଣ ସମ୍ପାଦକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ କିଛି ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ଆସନ୍ତା 2 ରୁ 3 ଦିନ ମଧ୍ୟରେ ଚୟନ ହେବେ ।

ଏହା ମଧ୍ୟ ପଢନ୍ତୁ:- ‘ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପ୍ରସ୍ତୁତ, କିନ୍ତୁ ପଦ ମୋତେ ନୁହେଁ ’

ପ୍ରେସମିଟରେ ଦେବେଗୌଡା କହିଛନ୍ତି, କୁମାରାସ୍ବାମୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ନିଷ୍ପତ୍ତି ଓ ନେତୃତ୍ବ ପାଇଁ ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କର୍ଣ୍ଣାଟକରେ ଚାଷୀ ଋଣ ଛାଡ କରାଯିବା ଏକ ସଫଳ ନେତୃତ୍ବର ପରିଚୟ ଥିଲା । ସେହିପରି ଅନ୍ୟ କିଛି ପ୍ରଭାବୀ ନିଷ୍ପତ୍ତି ମଧ୍ୟ ସେ ଗ୍ରହଣ କରିଥିଲେ । ସେ ହିଁ ରାଜ୍ୟରେ ଦଳର ନେତୃତ୍ବ ନେବା ପାଇଁ ଯୋଗ୍ୟ । ତେଣୁ ଆଜି ତାଙ୍କୁ ଦଳପକ୍ଷରୁ ସର୍ବସମ୍ମତି କ୍ରମେ ପ୍ରଦେଶ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ସେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଦଳର ପ୍ରଦେଶ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2023, 5:09 PM IST

ABOUT THE AUTHOR

...view details