ଓଡିଶା

odisha

ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ: କେରଳ ହାଇକୋର୍ଟ

By

Published : Jul 9, 2022, 10:17 AM IST

ଦୁଇ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କହିଲେ କେରଳ ଉଚ୍ଚ ନ୍ୟୟାଳୟ । ଅଭିଯୁକ୍ତ ଆଇନଜୀବୀଙ୍କୁ ଦେଲେ ଜାମିନ । ବିବାହ ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିବା ମହିଳା ସହକର୍ମୀଙ୍କ ଅଭିଯୋଗ ପରେ ଗିରଫ ହୋଇଥିଲେ ସମ୍ପୃକ୍ତ ଆଇନଜୀବୀ । ଅଧିକ ପଢନ୍ତୁ

ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ: କେରଳ ଉଚ୍ଚ ନ୍ୟୟାଳୟ
ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ: କେରଳ ଉଚ୍ଚ ନ୍ୟୟାଳୟ

ଥିରୁଅନନ୍ତପୁରମ: ଦୁଇ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତି ଆଧାରରେ ଶାରୀରିକ ସମ୍ପର୍କ ଥିଲେ ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇପାରିବ ନାହିଁ । ଯେପର୍ଯ୍ୟନ୍ତ ଏହି ବୁଝାମଣା କୌଣସି ବିଶ୍ବାସଘାତକତା କିମ୍ବା ଷଡଯନ୍ତ୍ରମୂଳକ ଭାବେ ନହୋଇଛି । କେରଳ ହାଇକୋର୍ଟ ଗତକାଲି ଏପରି ଏକ ଯୌନ ଉତ୍ପୀଡନ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ତଥା କେରଳ ଗିରଫ ଜଣେ ଆଇନଜୀବୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜଣେ ସହକର୍ମୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଆଇନଜୀବୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଜଷ୍ଟିସ ବେଚୁ କୁରିଆନା ଥୋମାସ ଏହି ମାମଲା ଶୁଣାଣି କରି ଅଭିଯୁକ୍ତ ଆଇନଜୀବୀ ନଭନିତ ନାଥଙ୍କୁ ଜାମିନ ପ୍ରଦାନ କରିବା ସହ ମାମଲାର ଏପରି ବାଖ୍ୟା ମଧ୍ୟ କରିଛନ୍ତି । ନଭନିତ ନାଥଙ୍କର ଜଣେ ମହିଳା ସହକର୍ମୀ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଗତମାସ 21 ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ନଭନିତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା ସହକର୍ମୀ ।

ଏହି ମାମଲାରେ ଶୁଣାଣି କରି କେରଳ ହାଇକୋର୍ଟର ଖଣ୍ଡପୀଠ କହିଛନ୍ତି, ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ଶ୍ରେଣୀଭୁକ୍ତ ନୁହେଁ । ପରେ ଯଦି କୌଣସି କାରଣବଶତଃ ବିବାହ କରିବାରେ ସମସ୍ୟା ଦେଖାଯାଏ ଓ ବିବାହ ପାଇଁ କୌଣସି ପକ୍ଷ ସହମତି ପ୍ରକାଶ ନକରନ୍ତି, ତେବେ ତାକୁ ଦୁଷ୍କର୍ମ ବୋଲି ଧରାଯାଇ ପାରିବନାହିଁ ।

ଭାରତୀୟ ଦଣ୍ଡବିଧି ଆଇନ ଧାରା-376 ଅନୁସାରେ, ଯଦି ଏପରି ସହମତି ଷଡଯନ୍ତ୍ରମୂଳକ ଭାବେ ହୋଇଥାଏ ତାହାକୁ ଦଣ୍ଡନୀୟ ବୋଲି ଗ୍ରହଣ କରାଯିବ । ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ବା ବଳପ୍ରୟୋଗ କରି ଏପରି କରିବାକୁ ବାଧ୍ୟ କରିବା, ମିଥ୍ୟା ଓ ଷଡଯନ୍ତ୍ର ଆଧାରରେ ସମ୍ପର୍କ ସ୍ଥାପନ କରିବା ପାଇଁ ସହମତି ହାସଲ କରିବା ପରି ମାମଲାକୁ କେବଳ ଦୁଷ୍କର୍ମ ବୋଲି ବିଚାରକୁ ନିଆଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details