ଓଡିଶା

odisha

ETV Bharat / bharat

ଲକଡାଉନରେ ବିଜୟନ୍ଦ୍ରଙ୍କ ମହୀଶୂର ଗସ୍ତ ଘଟଣା, କର୍ଣ୍ଣାଟକ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଲକଡାଉନ କଟକଣା ଉଲ୍ଲଙ୍ଘନ କରି ମହୀଶୂର ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପୁଅ ବିଜୟନ୍ଦ୍ର । ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ କର୍ଣ୍ଣାଟକ ହାଇକୋର୍ଟ । ଅଧିକ ପଢନ୍ତୁ...

ଲକଡାଉନରେ ବିଜୟନ୍ଦ୍ରଙ୍କ ମୈସୁର ଗସ୍ତ ଘଟଣା, କର୍ଣ୍ଣାଟକ ସରକାରଙ୍କୁ ଜାବବ ମାଗିଲେ ହାଇକୋର୍ଟ
ଲକଡାଉନରେ ବିଜୟନ୍ଦ୍ରଙ୍କ ମୈସୁର ଗସ୍ତ ଘଟଣା, କର୍ଣ୍ଣାଟକ ସରକାରଙ୍କୁ ଜାବବ ମାଗିଲେ ହାଇକୋର୍ଟ

By

Published : May 21, 2021, 3:20 PM IST

ବେଙ୍ଗାଲୁରୁ: କୋରୋନା ଚେନ ବ୍ରେକ କରିବାକୁ ଅଧିକାଂଶ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ବି ନିଆଯାଉଛି । କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ରୋକିବାକୁ ସରକାର ସେଠାରେ ଲକଡାଉନ ଲାଗୁ କରିଛନ୍ତି । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପୁଅ ବିଜୟନ୍ଦ୍ର ଏହି କଟକଣା ଉଲ୍ଲଙ୍ଘନ କରି ମହୀଶୂର ଯାତ୍ରା କରିଛନ୍ତି । ଏଣୁ ରାଜ୍ୟରେ ଲକଡାଉନ କଡାକଡି ପାଳନ ହେଉଥିବାବେଳେ କାହିଁକି ବିଜେନ୍ଦ୍ରଙ୍କୁ ଯାତାୟତ ପାଇଁ ସ୍ବତନ୍ତ୍ର ଅନୁମତି ଦିଆଗଲା ବୋଲି କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପୁଅ ବିଜୟନ୍ଦ୍ର ନିକଟରେ ମହୀଶୂର ଜିଲ୍ଲାର ନଞ୍ଜାନଗୁଡସ୍ଥିତ ଏକ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଯେତେବେଳେ କି ସମ୍ପୂର୍ଣ୍ଣ ରାଜ୍ୟକୁ ତାଲାବନ୍ଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏଏସ ଓକା ଏବଂ ଅରବିନ୍ଦ କୁମାର କର୍ଣ୍ଣାଟକ ଏପିଡେମିକ ଡିଜିଜ ଆକ୍ଟ 2020 ଅନୁଯାୟୀ ବିଜୟନ୍ଦ୍ରଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details