ଓଡିଶା

odisha

ETV Bharat / bharat

ପାଣିସାଗରରେ NLFT ବିଦ୍ରୋହୀ BSF ଗୁଳି ବିନିମୟ, ଜଣେ ଯବାନ ଶହୀଦ - ପାଣିସାଗର BSF ପାଟ୍ରୋଲିଂ

NLFT ବିଦ୍ରୋହୀଙ୍କ ଗୁଳିରେ ଶହୀଦ ହେଲେ ହେଡ୍‌ କନେଷ୍ଟବଳ ଗିର୍‌ଜେଶ ଉଦ୍ଦେ(HC Girjesh Kr Uddey mytyres ) । ତ୍ରିପୁରାର ପାଣିସାଗର ବିଏସ୍‌ ସେକ୍ଟରରେ ପାଟ୍ରୋଲିଂ ଟିମ୍‌ରେ ଥିଲେ ଗିର୍‌ଜେଶ ଉଦ୍ଦେ । ଅଧିକ ପଢ଼ନ୍ତୁ

ପାଣିସାଗରରେ NLFT ବିଦ୍ରୋହୀ BSF ଗୁଳି ବିନିମୟ, ଜଣେ ଯବାନ ଶହୀଦ
ପାଣିସାଗରରେ NLFT ବିଦ୍ରୋହୀ BSF ଗୁଳି ବିନିମୟ, ଜଣେ ଯବାନ ଶହୀଦ

By

Published : Aug 19, 2022, 7:48 PM IST

ଅଗରତାଲା: ପାଟ୍ରୋଲିଂ ବେଳେ NLFT ବିଦ୍ରୋହୀଙ୍କ ଗୁଳିରେ ଶହୀଦ ହେଲେ ହେଡ୍‌ କନେଷ୍ଟବଳ ଗିର୍‌ଜେଶ ଉଦ୍ଦେ(HC Girjesh Kr Uddey mytyres ) । ତ୍ରିପୁରାର ପାଣିସାଗର ବିଏସ୍‌ ସେକ୍ଟରରେ ପାଟ୍ରୋଲିଂ ବେଳେ NLFT ବିଦ୍ରୋହୀ ଏବଂ BSF ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ କନେଷ୍ଟବଳ ଗିର୍‌ଜେଶ ଉଦ୍ଦେ ବିଦ୍ରୋହୀଙ୍କ ଗୁଳିର ଶିକାର ହୋଇ ଆହତ ହୋଇଥିଲେ ।

ଘଞ୍ଚ ଜଙ୍ଗଲରେ ଗୁଳି ଚଳାଇ NLFT ବିଦ୍ରୋହୀ ଚମ୍ପଟ ମାରିଥିଲେ । ସେପଟେ ଆହତ ଅବସ୍ଥାରେ ଗିର୍‌ଜେଶ ଉଦ୍ଦେଙ୍କୁ ହେଲିକପ୍ଟର ଯୋଗେ ଅଗରତାଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ଗିର୍‌ଜେଶ ଉଦ୍ଦେ ତ୍ରିପୁରାରେ BSF ପାଟ୍ରୋଲିଂ ଟିମ୍‌ର ସଦସ୍ୟ ଥିଲେ । ପାଣିସାଗର ଅଞ୍ଚଳର ଘଞ୍ଚ ଜଙ୍ଗଲରେ NLFT ବିଦ୍ରୋହୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଏଠାରେ ପାଟ୍ରୋଲିଂ ଆରମ୍ଭ ହୋଇଥିଲେ । କାର୍ଯ୍ୟାନୁଷ୍ଠାନ ବେଳେ NLFT ବିଦ୍ରୋହୀ ଛତ୍ରଭଙ୍ଗ ଦେଇଥିବା ବେଳେ ହେଡ୍‌ କନେଷ୍ଟବଳ ଗିର୍‌ଜେଶ ଉଦ୍ଦେ ଶହୀଦ ହୋଇଛନ୍ତି ।

ABOUT THE AUTHOR

...view details