ନୂଆଦିଲ୍ଲୀ: ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ନେଇ ପୁଣି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି । ଆବେଦନର ଶୁଣାଣି କରି କେନ୍ଦ୍ର ଉପରେ ବର୍ଷିଲେ ହାଇକୋର୍ଟ । ଖୁବଶୀଘ୍ର 490 ମେଟ୍ରିକ ଟନ୍ ଅକ୍ସିଜେନ୍ ଦିଲ୍ଲୀକୁ ଯୋଗାଇବାକୁ ନିର୍ଦ୍ଦେଶ । ଯୋଗାଣରେ ବିଫଳ ହେଲେ ଅଦାଲତ ଅବମାନନା ସାମ୍ନା କରିବ କେନ୍ଦ୍ର ।
ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ କେନ୍ଦ୍ର ସରକାର ପ୍ରତି ପୁଣି କଠୋର ଆଭିମୁଖ୍ୟ ଦେଖାଇଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଖୁବଶୀଘ୍ର 490 ମେଟ୍ରିକ ଟନ ଅକ୍ସିଜେନ ଆସନ୍ତା 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ତୁରନ୍ତ ଗଚ୍ଛିତ କରିବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।