ଓଡିଶା

odisha

ETV Bharat / bharat

କାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳା DJଙ୍କୁ 5ବର୍ଷ ଧରି ଦୁଷ୍କର୍ମ

ମୁମ୍ବାଇରେ ମେକ୍ସିକୋର ମହିଳା DJଙ୍କୁ କାମ ବାହାନାରେ ଯୌନଶୋଷଣ । 5 ବର୍ଷ ଧରି ଦୁଷ୍କର୍ମ କରୁଥିଲା ଯୁବକ । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

କାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳା DJ ଙ୍କୁ ବର୍ଷେ ଧରି ଦୁଷ୍କର୍ମ
କାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳା DJ ଙ୍କୁ ବର୍ଷେ ଧରି ଦୁଷ୍କର୍ମ

By ETV Bharat Odisha Team

Published : Dec 2, 2023, 7:06 PM IST

ମୁମ୍ବାଇ:DJ ଭାବରେ କାମ କରୁଥିବା ଜଣେ ବିଦେଶୀ ମହିଳାଙ୍କୁ କାମରୁ ବାହାର କରିଦେବା ଧମକରେ ଜଣେ ଯୁବକ ଦୀର୍ଘ 5 ବର୍ଷ ଧରି ଦୁଷ୍କର୍ମ କରିଛି । ଏହି ମହିଳା ଜଣଙ୍କ ଘର ମାକ୍ସିକୋ ଓ ସେ ମୁମ୍ବାଇରେ ଡିଜେ ଭାବେ କାମ କରୁଥିଲେ । ଅଭିଯୁକ୍ତ ଜଣକ ମଧ୍ୟ ଜଣେ ଡିଜେ । ସେ ଏହି ବିଦେଶୀ ମହିଳାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ଭାବେ ନିୟୋଜିତ କରୁଥିଲା । ତେବେ 5 ବର୍ଷ ତାଙ୍କୁ ଦୁଷ୍କର୍ମ କରିବା ଓ ବାଧା ଦେଲେ କିମ୍ବା ଅଭିଯୋଗ କଲେ, ତାଙ୍କୁ କାମରୁ ବାହାର କରିଦେବାକୁ ଅଭିଯୁକ୍ତ ଧମକ ଦେଉଥିଲା । ଗତକାଲି ବିଦେଶୀ ମହିଳାଜଣକ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଆଜି 35 ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛି ।

ଅଭିଯୋଗ ସମ୍ପର୍କରେ ବାନ୍ଦ୍ରା ପୋଲିସର ସୂଚନା ଅନୁସାରେ, 2017 ରେ ପ୍ରଥମ ଥର ଅଭିଯୁକ୍ତ ସହ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ ମହିଳା । ଅଭିଯୁକ୍ତ ମଧ୍ୟ ଜଣେ ଡିଜେ ହୋଇଥିବାରୁ ସେ ମହିଳାଙ୍କୁ ମୁମ୍ବାଇରେ କାମ କରିବା ପାଇଁ ଅଫର କରିଥିଲେ । ଏହା ପରେ ମହିଳାଜଣକ 2019 ରେ ମୁମ୍ବାଇ ଆସିଥିଲେ । ଯୁବକଙ୍କ ଦ୍ବାରା ପରିଚାଳିତ ଡିଜେ କମ୍ପାନୀରେ ମହିଳା କାମ କରିବା ନେଇ କିଛି ଚୁକ୍ତିନାମା ମଧ୍ୟ ହୋଇଥିଲା । ମହିଳାଜଣଙ୍କ ବାନ୍ଦ୍ରାରେ ଏକ ଭଡା ଫ୍ଲାଟରେ ରହି କାମ କରିଥିଲେ । ଏକାଧିକ କାର୍ଯ୍ୟକ୍ରମରେ ଉଭୟ ଡିଜେ ଭାବେ କାମ କରିଥିଲେ । ପରେ ଏହି ଅଭିଯୁକ୍ତ ମହିଳାଙ୍କ ସହ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିଥିଲେ । ଏଥିରେ ସହମତ ନହେଲେ କିମ୍ବା ଏକଥା ବାହାରେ ପ୍ରକାଶ କଲେ, ଏଗ୍ରୀମେଣ୍ଟରୁ ବାହାର କରିଦେବା ପାଇଁ ଧମକ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ମେଲୋନୀଙ୍କୁ ମୋଦିଙ୍କ ରିପ୍ଲାଏ:‘ ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ’

ଅଭିଯୋଗକାରିଣୀଙ୍କ ଅନୁସାରେ, ଏହି ଯୁବକଜଣକ 2020 ରେ ବିବାହ କରିବା ପରେ ମଧ୍ୟ ପୀଡିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ପୀଡିତାଜଣକ ଗତ ସପ୍ତାହରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଏହି 35 ବର୍ଷୀୟ ଡିଜେ ମ୍ୟାନେଜର ଅଭିଯୁକ୍ତକୁ ଆଜି ଗିରଫ କରାଯାଇଛି । ତା’ ବିରୋଧରେ ଦୁଷ୍କର୍ମ, ମହିଳା ବିରୋଧୀ ହିଂସା ଓ ହତ୍ୟା ଧମକ ପରି ଏକାଧିକ ସଙ୍ଗୀନ ଦଫା ସହ ମାମଲା ରୁଜୁ କରି କୋର୍ଟ ଫରଓ୍ବାର୍ଡ କରାଯାଇଛି । ଉଭୟଙ୍କ ମଧ୍ୟରେ କାମକୁ ନେଇ କ’ଣ ଚୁକ୍ତିନାମା ହୋଇଥିଲା ଓ ଏଥିରେ ଆଉ କି’ଏ ସମ୍ପୃକ୍ତ ସେନେଇ ତଦନ୍ତ ଜାରି ରହିଥିବା ବାନ୍ଦ୍ରା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details