ଲକ୍ଷ୍ନୌ:ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଉତ୍ତର ପ୍ରଦେଶର ଏକ ସ୍ଥାନୀୟ କୋର୍ଟ ଆଜି (ଗୁରୁବାର) ଏହି ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେହିପରି ମାମଲାରେ ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି କୋର୍ଟ । 2020 ମହିସାରେ ଘଟିଥିବା ଏହି ଜଘନ୍ୟକାଣ୍ଡ ସାରା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।
ଏହି ଘଟଣାରେ ରାଜନୀତି ମଧ୍ୟ ଜୋର ଧରିଥିଲା । ଉତ୍ତର ପ୍ରଦେଶ ସରକାରକୁ ବିରୋଧୀ ଘେରିବା ସହ ଏହା ଜାତୀୟ ସ୍ତରରେ ମଧ୍ୟ ଉଠିଥିଲା । ପୋଲିସ ସନ୍ଦୀପ ସିଂ ନାମକ ଜଣେ ଯୁବକକୁ ମୁଖ୍ୟ ଅଭିଯକ୍ତ ଭାବେ ଗିରଫ କରିବା ସହ ଅନ୍ୟ କିଛି ସହଯୋଗୀ ଅଭିଯୁକ୍ତ ସହ କୋର୍ଟ ଚାଲାଣ କରିଥିଲ । ଏହି ବହୁଚର୍ଚ୍ଚିତ ମାମଲାରେ ଆଜି କୋର୍ଟ ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦୁର୍ବଳ ପ୍ରମାଣ ଯୋଗାଡ କାରଣରୁ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳତା ମିଳିନଥିବା ଜଣାପଡିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ସୁଦ୍ଧା ତଳକୋର୍ଟଙ୍କ ରାୟକୁ ସେମାନେ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଦୋଷୀ ସାବ୍ୟସ୍ତ ଅଭିଯୁକ୍ତର ଓକିଲ ଓ ପରିବାର ସଦସ୍ୟ ସୂଚନା ଦେଇଛନ୍ତି ।