ଓଡିଶା

odisha

ETV Bharat / bharat

ଲକଡାଉନ ସମୟରେ ବିପିଏଲ ପରିବାରକୁ ମିଳିବ 5 ହଜାର ଆର୍ଥିକ ସହାୟତା - ଲକଡାଉନ ସମୟରେ ବିପିଏଲ ପରିବାରକୁ ମିଳିବ 5 ହଜାର ଆର୍ଥିକ ସହାୟତା

କୋରୋନା ମହାମାରୀବେଳେ ହରିୟାଣା ସରକାରଙ୍କ ବଡ ଘୋଷଣା । ରାଜ୍ୟର ଗରିବ ସୀମାରେଖା ତଳେ ଥିବା ସମସ୍ତ ପରିବାରକୁ ମିଳିବ 5 ହଜାର ଟଙ୍କାର ଆର୍ଥିକ ସହାୟତା । ଏନେଇ ଆଜି ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ସମୟରେ ବିପିଏଲ ପରିବାରକୁ ମିଳିବ 5 ହଜାର ଆର୍ଥିକ ସହାୟତା
ଲକଡାଉନ ସମୟରେ ବିପିଏଲ ପରିବାରକୁ ମିଳିବ 5 ହଜାର ଆର୍ଥିକ ସହାୟତା

By

Published : May 10, 2021, 10:18 PM IST

ଚଣ୍ଡିଗଡ: କୋରୋନା ମହାମାରୀବେଳେ ହରିୟାଣା ସରକାରଙ୍କ ବଡ ଘୋଷଣା । ରାଜ୍ୟର ଗରିବ ସୀମାରେଖା ତଳେ ଥିବା ସମସ୍ତ ପରିବାରକୁ ମିଳିବ 5 ହଜାର ଟଙ୍କାର ଆର୍ଥିକ ସହାୟତା । ଏନେଇ ଆଜି ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ ସୂଚନା ଦେଇଛନ୍ତି ।

ମହାମାରୀ ଯୋଗୁଁ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କାମଧନ୍ଦା ନ ପାଇ ଅନେକ ରୋଜଗାର ହରାଇ ଘରେ ବସିଛନ୍ତି । ଫଳରେ ଏମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସମସ୍ତ ବିପିଏଲ ପରିବାରକୁ ଆର୍ଥିକ ସହାୟତା ଦିଆଯିବ ବୋଲି ବିଜ କହିଛନ୍ତି ।

ଏହାସହ ରାଜ୍ୟରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଲକଡାଉନକୁ ଆହୁରି କଡାକଡି କରାଯିବ ।

ସୂଚନାଯୋଗ୍ୟ, ହରିୟାଣାରେ ସପ୍ତାହେ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । ମେ 3 ରୁ ମେ 10 ପର୍ଯ୍ୟନ୍ତ ରାଜ୍ୟରେ କଟକଣା ଲାଗୁ ରହିବ ।

@ANI

ABOUT THE AUTHOR

...view details