ଓଡିଶା

odisha

ETV Bharat / bharat

ଯୁବପୀଢିଙ୍କ ଟୀକାକରଣ ପାଇଁ 880 କୋଟି ଖର୍ଚ୍ଚ କରିବେ ହରିୟାଣା ସରକାର - ହରିୟାଣା ସରକାର

ହରିୟାଣା ସରକାର ଯୁବପୀଢିଙ୍କ ଟୀକାକରଣ ପାଇଁ 880 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଯୁବପିଢିଙ୍କ ଟୀକାକରଣ ପାଇଁ 880 କୋଟି ଖର୍ଚ୍ଚ କରିବେ ହରିୟାଣା ସରକାର
ଯୁବପିଢିଙ୍କ ଟୀକାକରଣ ପାଇଁ 880 କୋଟି ଖର୍ଚ୍ଚ କରିବେ ହରିୟାଣା ସରକାର

By

Published : Apr 25, 2021, 9:42 AM IST

ନୂଆଦିଲ୍ଲୀ:ହରିୟାଣାରେ ମେ 1 ତାରିଖ ସୁଦ୍ଧା ପ୍ରାୟ 1.1 କୋଟି 18 ବର୍ଷର ଯୁବପୀଢି ଟୀକାକରଣ ପାଇଁ ନାମ ପଞ୍ଜୀକୃତ କରିବେ । ତେବେ ଯୁବପୀଢିଙ୍କ ଏହି ଟୀକାକରଣ ପାଇଁ ହରିୟାଣା ସରକାର 880 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି । ଆସନ୍ତା ମେ 1 ତାରିଖରୁ ସାରା ଦେଶରେ 18 ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହେବ ।

ରାଜ୍ୟରେ ଯୁବପୀଢିଙ୍କ ଟୀକାକରଣ ପାଇଁ ଏପ୍ରିଲ 28 ତାରିଖଠାରୁ ପଞ୍ଜୀକରଣ ଆରମ୍ଭ ହେବ । ଏହି ବର୍ଗଙ୍କ ଟୀକାକରଣ ପାଇଁ ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଯୋଗାଇବାକୁ ସ୍ଥିର କରାଯାଇଥିବା ବେଳେ ଘରୋଇ ହସ୍ପିଟାଲରେ କିଛି ଅର୍ଥ ହିତାଧିକାରୀଙ୍କଠାରୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହିତ ଦେଶ ସମେତ ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ କର୍ପୋରେଟ ସଂସ୍ଥାଗୁଡିକ ନିଜ କର୍ମଚାରୀମାନଙ୍କ ଟୀକାକରଣ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ସଂକ୍ରମଣ ବଢୁଥିବାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ଶଯ୍ୟା ସଂଖ୍ୟା ବଢାଯାଉଛି । ଏହାସହିତ PGI ରୋହତାକରେ 1000ଟି ଅକ୍ସିଜେନ ବେଡର ବ୍ୟବସ୍ଥା କରାଯାଇଥିବା ବେଳେ ମେଡିକାଲ କଲେଜର ହସ୍ପିଟାଲଗୁଡିକରେ ମଧ୍ୟ 1250ଟି ଅକ୍ସିଜେନ ବେଡର ବ୍ୟବସ୍ଥା କରାଯାଇଛି । ଫଳରେ ରାଜ୍ୟରେ କୋଭିଡ ଶଯ୍ୟା ଅଭାବକୁ ମଧ୍ୟ ରୋକାଯାଇପାରିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟର ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଘରୋଇ କାର୍ଯ୍ୟାଳୟଗୁଡିକୁ ଘରୁ ଅଫିସ କାର୍ଯ୍ୟ ବା ୱାର୍କ ଫ୍ରମ ହୋମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ପାରିବାରିକ ଉତ୍ସବରେ 50ଜଣଙ୍କୁ ଓ ଅନ୍ତିମ ସଂସ୍କାରରେ 20ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି ।

@ANI

ABOUT THE AUTHOR

...view details