ଚଣ୍ଡୀଗଡ: କୋରୋନା ମହାମାରୀ ସମୟରେ କ୍ଷତିକାର ହୋଇପାରେ ବାୟୁ ପ୍ରଦୂଷଣ । ଆଗକୁ ଦୀପାବଳି ଥିବାରୁ ପ୍ରଦୂଷଣ ମାତ୍ରା ବଢିବାର ଆଶଙ୍କା ରହିଛି । ତେଣୁ ଦେଶର ବିଭିନ୍ନ ରାଜ୍ୟରେ ଆଗୁଆ ପଦକ୍ଷେପ ଭାବେ ବାଣ ବିକ୍ରି ଓ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି । ହରିୟାଣାରେ 2 ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଶୁକ୍ରବାର ରାଜ୍ୟରେ ସମ୍ପୂର୍ଣ୍ଣ ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଥିଲା । ହେଲେ ପରେ ପ୍ରଦୂଷଣ ମାତ୍ରାକୁ ନଜରରେ ରଖି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଗାଇଡଲାଇନ ଅନୁସାରେ ରବିବାର ବାଣ ଫୁଟାଇବାକୁ ଅନୁମତି ଦେଇଛି । ରବିବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏନେଇ ସୂଚନା ଦେଇଛନ୍ତି ।