ଓଡିଶା

odisha

ETV Bharat / bharat

Doctors Strike in Haryana: ESMA ଲାଗୁ କଲେ ରାଜ୍ୟ ସରକାର - ଡାକ୍ତର ଆନ୍ଦୋଳନ ପାଇଁ ଏସମା ଲଗାଇଲା ହରିୟାଣା

ଡାକ୍ତରଙ୍କ ଧର୍ମଘଟ ମଧ୍ୟରେ ରାଜ୍ୟରେ ESMA ଲାଗୁ କଲେ ହରିୟାଣା ସରକାର । ଏକାଧିକ ଦାବି ନେଇ କାର୍ଯ୍ୟବନ୍ଦ ଧାରଣା ଦେଇଥିଲା ଡାକ୍ତର ସଂଘ । ଅଧିକ ପଢନ୍ତୁ

doctors strike in Haryana: ESMA ଲାଗୁ କଲେ ହରିୟାଣା ସରକାର
doctors strike in Haryana: ESMA ଲାଗୁ କଲେ ହରିୟାଣା ସରକାର

By

Published : Jan 11, 2022, 8:20 PM IST

ଚଣ୍ଡିଗଡ଼:ଡାକ୍ତର ସଂଘର କାର୍ଯ୍ୟବନ୍ଦ ଧାରଣା ବନ୍ଦ କରିବା ପାଇଁ ରାଜ୍ୟରେ ESMA ଲାଗୁ କଲେ ହରିୟାଣା ସରକାର । ରାଜ୍ୟରେ ଡାକ୍ତର ଧାରଣା ଯୋଗୁଁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବାବେଳେ ଆଜି(ମଙ୍ଗଳବାର) ଜରୁରୀ ସେବା ରକ୍ଷଣାବେକ୍ଷଣ ଆଇନ (Essential Services Maintenance Act, ESMA) ଲାଗୁ କରିଛନ୍ତି ହରିୟାଣା ସରକାର ।

ସରକାରୀ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେବା ସହ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏପରି ସ୍ଥିତିରେ ରାଜ୍ୟରେ ସ୍ବାସ୍ଥ୍ୟ ପରି ଜରୁରୀ ସେବାରେ ସ୍ଥିରତା ଆଣିବା ପାଇଁ ESMA ଲାଗୁ କରାଯାଇଥିବା ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସୂଚନା ଦେଇଛନ୍ତି ।

ସରକାରୀ ଡାକ୍ତରଖାନା ଗୁଡ଼ିକରେ ବିଶେଷଜ୍ଞ ଡାକ୍ତରଙ୍କ କ୍ୟାଡର ସୃଷ୍ଟି, ସ୍ନାତକୋତ୍ତର ଡିଗ୍ରୀଧାରୀ ଡାକ୍ତରଙ୍କ ପାଇଁ 40 ପ୍ରତିଶତ ସିଟ୍ ସଂରକ୍ଷଣ ଏବଂ ବରିଷ୍ଠ ମେଡିକାଲ୍ ଅଫିସର (SMO)ର ପ୍ରତ୍ୟେକ୍ଷ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଲଗାଇବା ଦାବିରେ ଡାକ୍ତରମାନେ ଦୀର୍ଘଦିନ ହେବ ଧର୍ମଘଟ ଜାରି ରଖିଛନ୍ତି ।

ଅମ୍ବାଲା ଜିଲ୍ଲା ଡାକ୍ତର ସଂଘର ସଭାପତି ଡା.ମୁକେଶ କାନ୍ଧାରା କହିଛନ୍ତି, ଗତବର୍ଷ ଡିସେମ୍ବର ମାସରେ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସମସ୍ୟାର ସମାଧାନ ଦିଗରେ ଡାକ୍ତରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଡାକ୍ତର ସଂଘ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଡିସେମ୍ବର 31 ସୁଦ୍ଧା ସମାଧାନର ରାସ୍ତା ବାହାରିବ ବୋଲି କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ସେପରି କିଛି ହେଲା ନାହିଁ । ତେଣୁ ଏପରି ସ୍ଥଳେ ସେମାନେ ଧାରଣାରେ ବସିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ଡାକ୍ତର ମୁକେଶ କାନ୍ଧାରା ।

ସ୍ବାସ୍ଥ୍ୟମନ୍ତ୍ରୀ ସେମାନଙ୍କ ସହ ଥିବାବେଳେ ସରକାରୀ ଭାବେ ସେମାନଙ୍କ ଦାବି ପୂରଣ ହେବାରେ ବିଳମ୍ବ ହୋଇ ଚାଲିଛି । ତେଣୁ ରାଜ୍ୟ ସ୍ତରରେ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବୋଲି ଡାକ୍ତର ସଂଘ କହିଥିବାବେଳେ ରାଜ୍ୟରେ ସ୍ବାସ୍ଥ୍ୟ ସେବା ଅବ୍ୟାହତ ରଖିବା ପାଇଁ ଆଜି ESMA ଲାଗୁ କରିଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details