ଓଡିଶା

odisha

ETV Bharat / bharat

ମାଗଣା ଯୋଜନାକୁ ନେଇ ଖଟ୍ଟର-କେଜ୍ରିୱାଲ ମୁହାଁମୁହିଁ - ହରିୟାଣା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ମାଗଣା ଯୋଜନାରେ ପ୍ରଦାନ କରାଯାଉଥିବା ସୁବିଧାକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀ ନୋହର ଲାଲ ଖଟ୍ଟର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଟକ୍କରାଟକ୍କରି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

cm face off regarding free schemes
ମାଗଣା ଯୋଜନାକୁ ନେଇ ଖଟ୍ଟର-କେଜ୍ରିୱାଲ ମୁହାଁମୁହିଁ

By ETV Bharat Odisha Team

Published : Sep 5, 2023, 9:35 AM IST

ନୂଆଦିଲ୍ଲୀ:ନିର୍ବାଚନୀ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ବାରା ମାଗଣା ଯୋଜନାରେ ପ୍ରଦାନ କରାଯାଉଥିବା ସୁବିଧାକୁ ନେଇ ବୟାନ ବାଜି ଆରମ୍ଭ ହୋଇଛି । ମାଗଣା ଯୋଜନାକୁ ନେଇ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଦୁଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପରସ୍ପରକୁ ଟାର୍ଗେଟ କରିଛନ୍ତି ।

ମାଗଣା ଯୋଜନାକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମନୋହର ଲାଲ ଖଟ୍ଟର ମୁହାଁମୁହିଁ ହୋଇଛନ୍ତି । ମାଗଣା ଯୋଜନାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ମୋନହର ଲାଲ ଖଟ୍ଟର କହିଛନ୍ତି,"ମୁଁ ଜନତାଙ୍କ ଅର୍ଥକୁ ଗରିବ ଓ ଅଭାବଗ୍ରସ୍ତ ଲୋକଙ୍କ ପାଇଁ ଲଗାଉଛି । ଯାହାଙ୍କୁ ଯେତିକି ଦରକାର ତାଙ୍କୁ ଆମେ ସାହାୟତା ପ୍ରଦାନ କରିଛୁ । ମୁଁ ଲୋକଙ୍କୁ ସୁବିଧା ଦିଏ ଏବଂ ଅନେକ ସ୍ବାଭିମାନକକୁ ସମ୍ମାନ ମଧ୍ୟ କରିଥାଏ । ଜନତାଙ୍କ ଟଙ୍କାଙ୍କୁ ମାଗଣା କହି ମାଗଣା ବୁଝି 'ଆପ୍' ଭଳି ବାଣ୍ଟୁ ନାହାନ୍ତି କି ନିଜ ପାଇ ଖର୍ଚ୍ଚ କରୁନାହାନ୍ତି । ଆପକୁ ମାଗଣା ଖାଇବାର ଅଭ୍ୟାସ ହୋଇଗଲାଣି । ମାଗଣା ଖାଇଥିବା ଖାଦ୍ୟ ଯେ କେତେବେଳେ ଯେ ବାହାରି ଯିବ ତାହା ମନ୍ତ୍ରୀଙ୍କଠୁ ବେଶି ଭଲ କିଏ ବା ଜାଣିଛନ୍ତି ।"

ଏହା ବି ପଢନ୍ତୁ...‘ଚନ୍ଦ୍ରଯାନ ଲ୍ୟାଣ୍ଡିଂ ହୋଇଗଲା, ହେଲେ ରାହୁଲଯାନ ନା ଲଞ୍ଚିଂ ହୋଇପାରିଲା ନା ଲ୍ୟାଣ୍ଡିଂ’

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କର ଏକ ବୟାନରେ କହିଛନ୍ତି, "ଅନେକ ଦଳ ଅଛନ୍ତି ଯିଏ ନାରା ଲଗାନ୍ତି ଏହା ମାଗଣା ତାହା ମାଗଣା ।" ଏହି ବୟାନ ଉପରେ ପାଲଟା ଆଟାକ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ଆମେ ଜନତାଙ୍କ ଟଙ୍କାରେ ଜନତାଙ୍କୁ ମାଗଣା ସୁବିଧା ପ୍ରଦାନ କରିଛୁ । ଏହା ତୁମକୁ କଷ୍ଟ ଦେବା ଲଜ୍ଜାଜନକ ଖଟ୍ଟର ସାହବ । କାରଣ ଆପଣଙ୍କ ଦଳରେ ତ ସାଧାରଣ ଜନତାଙ୍କ ଅର୍ଥକୁ ଖାସ ଦୋସ୍ତଙ୍କ ମଧ୍ୟରେ ବାଣ୍ଟିବାର ଧାରା ରହିଛି । ଆମେ ଦିଲ୍ଲୀରେ ମାଗଣା ଏବଂ ବିଶ୍ବସ୍ତରୀୟ ଶିକ୍ଷା ଦେଉଛୁ । ବିକା ରହିଲା ମନ୍ତ୍ରୀଙ୍କ କଥା ଶୁଣିବାକୁ ମିଳୁଛି କି ଆପଣ ଜଣେ ମନ୍ତ୍ରୀଙ୍କ ପାପକୁ ଲୁଚାଇବାକୁ ପ୍ରାଣପ୍ରଣେ ଲାଗି ପଡିଛନ୍ତି । କଣ ଏଭଳି ରହିଛି କି ମହିଳାଙ୍କ ପ୍ରତି ଦୁର୍ବବ୍ୟବହାର କରିଥିବା ବ୍ୟକ୍ତିମାନଙ୍କୁ ବଞ୍ଚାଇବାକୁ ବିଜେପି ଲାଗିପଡିଛି । ମାଗଣା ଏବଂ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଦେଇଛୁ । ମାଗଣା ଏବଂ 24 ଘଣ୍ଟିଆ ବିଜୁଳି, ପିଇବା ପାଣି ଦେଇଛୁ । ପଞ୍ଜାବରେ ମଧ୍ୟ ଆମେ ଏହି କାମ କରିବା ଆରମ୍ଭ କରିଛୁ । ଜନତା ଏହି ସୁବିଧାରେ ବହୁତ ଖୁସି । ଖୁବଶୀଘ୍ର ହରିୟାଣାବାସୀଙ୍କୁ ମଧ୍ୟ ଏହାର ଫାଇଦା ମିଳିବ ।"

ABOUT THE AUTHOR

...view details