ଓଡିଶା

odisha

ETV Bharat / bharat

ବୁଲେଟ ଚଢି ହେଲିପ୍ୟାଡରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ - ହରିୟାଣାରେ କାର ଫ୍ରୀ ଡେ

ବୁଲେଟ ଚଢି ହେଲିପ୍ୟାଡରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । କର୍ଣ୍ଣଲରେ ପାଳନ ହେଉଛି କାର ଫ୍ରୀ ଡେ । ଅଧିକ ପଢନ୍ତୁ

ବୁଲେଟ ଚଢି ହେଲିପ୍ୟାଡରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ
ବୁଲେଟ ଚଢି ହେଲିପ୍ୟାଡରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Sep 26, 2023, 8:19 PM IST

ବୁଲେଟ ଚଢି ହେଲିପ୍ୟାଡରେ ପହଞ୍ଚିଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ:ବିଭିନ୍ନ ସମୟରେ ପରିବେଶ ସଚେତନତା କାରଣରୁ କାର ଫ୍ରୀ ଡେ’ ଅବସରରେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କୁ ବାଇକ କିମ୍ବା ସାଇକେଲରେ ଅଫିସ ଆସିବାର ଅନେକ ସମୟରେ ଦେଖିବାକୁ ମିଳିଛି । କେହି କେହି ନିଜେ ଚଳାଇ ଆସନ୍ତି ବା ଅନ୍ୟ କେହି ସହଯୋଗୀ ଓ ସୁରକ୍ଷାକର୍ମୀଙ୍କ ଗାଡିରେ ଆସନ୍ତି । ହେଲେ ବୁଲେଟରେ ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ ମୁଖ୍ୟମନ୍ତ୍ରୀ । କୌଣସି ସହଯୋଗୀଙ୍କ ବାଇକରେ ନୁହେଁ ବରଂ ନିଜେ ବୁଲେଟ ଚଳାଇ । ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ଦେଖିବାକୁ ମିଳିଛି । ହେଲେ ଏହି ମୁଖ୍ୟମନ୍ତ୍ରୀ ଜଣକ କୌଣସି ଯୁବ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ହରିୟାଣାର ବୟସ୍କ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଆଜି ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ହରିୟାଣାର କର୍ଣ୍ଣଲ ସହରର ରାଜରାସ୍ତାରେ ଏପରି ବୁଲେଟ ରାଜା ଅନ୍ଦାଜରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଆଜି (ମଙ୍ଗଳବାର) କର୍ଣ୍ଣଲରେ କାର ଫ୍ରୀ ଡେ’ ପାଳନ କରାଯାଉଛି । ତମାମ ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନେ କାର ବ୍ୟବହାରରୁ ବିରତ ହୋଇଛନ୍ତି । ପ୍ରାୟ 3 ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ଏହି କାର ଫ୍ରୀ ଡେ’ ଘୋଷଣା କରିଥିଲେ । ତେବେ କୌଣସି କାର୍ଯ୍ୟରେ କର୍ଣ୍ଣଲ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ରାଜଧାନୀ ଚଣ୍ଡିଗଡ ଫେରିବାର ଥିଲା । ମୁଖ୍ୟମନ୍ତ୍ରୀଙ୍କ ରାଜଧାନୀ ପ୍ରତ୍ୟାବର୍ତ୍ତନ ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଥିଲା । ହେଲେ ମୁଖ୍ୟମନ୍ତ୍ରୀ PWD ଗେଷ୍ଟ ହାଉସରୁ ବୁଲେଟରେ ହେଲିପ୍ୟାଡରେ ପହଞ୍ଚିଥିଲେ । ନିଜେ ମୁଣ୍ଡରେ ହେଲମେଟ ଲଗାଇ ଏକକୀ ବୁଲେଟ ଚଳାଇଥିଲେ । ସୁରକ୍ଷାକର୍ମୀମାନେ ମଧ୍ୟ ବାଇକରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହିଥିଲେ । ସମ୍ପୂର୍ଣ୍ଣ ଜଣେ ଯୁବକଙ୍କ ପରି ମୁଖ୍ୟମନ୍ତ୍ରୀ ଖଟ୍ଟର ବୁଲେଟ ଚଳଇବା ଭିଡିଓ ବେଶ ଭାଇରାଲ ହେଉଛି ।

ଏହା ମଧ୍ୟ ପଢନ୍ତୁ :- India-Canada tensions: ଆମେ ଉଭୟ ଦେଶ ପାଇଁ ଚିନ୍ତିତ କହିଲା ଆମେରକା

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ‘‘ଆମର ଭବିଷ୍ୟତ ପିଢି ପାଇଁ ଏକ ମେଡିସିନ ଫ୍ରୀ ହରିୟାଣା ସୃଷ୍ଟି କରିବା ସହିତ, ସେମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ସହ ପରିବେଶ ସୁରକ୍ଷା ବିଷୟରେ ସଚେତନ କରାଇବାକୁ ପଡ଼ିବ । ପ୍ରତି ମଙ୍ଗଳବାର କର୍ଣ୍ଣଲରେ କାରମୁକ୍ତ (କାର ଫ୍ରୀ) ଦିବସ ପାଳନ ହେବ । ସମସ୍ତ ସରକାରୀ କର୍ମଚାରୀ କେବଳ ସାଇକେଲ କିମ୍ବା ମୋଟର ସାଇକେଲରେ ଯାତ୍ରା କରିବେ । ଯଦି ମୁଁ ନିଜେ କର୍ଣ୍ଣଲକୁ ଆସେ, ତେବେ ମୁଁ ମଧ୍ୟ ବାଇକରେ ଯୋଗେ ଯାତ୍ରା କରିବି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details