ଓଡିଶା

odisha

By

Published : Nov 25, 2021, 11:00 AM IST

ETV Bharat / bharat

Haryana CM to meet PM Modi: ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ହରିୟାଣା ମୁ୍ଖ୍ୟମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର(Haryana chief minister Manohar Lal Khattar) । ପୂର୍ବାହ୍ନ ୧୦ଟା ୩୦ରେ ଉଭୟଙ୍କ ମଧ୍ୟରେ ବୈଠକ ହେବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ ଖଟର
ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ ଖଟର

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ(Haryana CM to meet PM Modi) ଭେଟି ପାରନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର । ପୂର୍ବାହ୍ନ ୧୦ଟା ୩୦ରେ ଉଭୟଙ୍କ ମଧ୍ୟରେ ବୈଠକ ହେବା ନେଇ ସୂଚନା ମିଳିଛି । କୃଷି ଆଇନ ପ୍ରତ୍ୟାହାର(Repeal farm law) ଉପରେ ହୋଇପାରେ ଆଲୋଚନା । ଆଜି ଅପରାହ୍ନ 3 ଟାରେ ହରିୟାଣା ସଚିବାଳୟରେ କ୍ୟାବିନେଟ୍ ବୈଠକ ହେବ ।

ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହି ବୈଠକ ହେବାକୁ ଯାଉଛି । ନଭେମ୍ବର ୨୬ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଚାଷୀ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆନ୍ଦୋଳନ କରିବ । କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦେଇଥିଲେ କୃଷକ ନେତା ରାକେଶ ଟିକାୟତ । ସେ କହିଥିଲେ ଆମର ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ନାହିଁ । କୃଷି ଆଇନ ପ୍ରତ୍ୟାହାର ସଂସଦରେ ପାରିତ ହେଲେ ଆନ୍ଦୋଳନ ବନ୍ଦ ହେବ ।

କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ଆନ୍ଦୋଳନରତ ଚାଷୀଙ୍କୁ ଏହା ସନ୍ତୁଷ୍ଟ କରିପାରିନି । କେନ୍ଦ୍ର ସରକାର ସେମାନଙ୍କର ଅନ୍ୟ ଦାବି ଗୁଡ଼ିକୁ ପୂରଣ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବନି ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି । ଶୀତ ଅଧିବେଶନର ପ୍ରଥମ ଦିନରେ ୬୦ଟି ଟ୍ରାକ୍ଟରସହ ଚାଷୀମାନେ ସଂସଦ ଅଭିମୁଖେ ଯାତ୍ରା କରିବେ। ସେହିପରି ଚାଷୀଙ୍କ ସମର୍ଥନରେ ଦେଶର ବିଭିନ୍ନ କୋଣରୁ ଟ୍ରକ୍ଟର ରାଲି ହେବ । ୨୯ ନଭେମ୍ବରରେ ଟ୍ରାକ୍ଟର ରାଲି ସଂସଦ ଅଭିମୁଖେ ବାହାରିବ ।

ଆହୁରି ପଢନ୍ତୁ;3 Farm Laws: ରଦ୍ଦ ନିଷ୍ପତ୍ତିରେ କ୍ୟାବିନେଟର ମୋହର

ପ୍ରକାଶ ଥାଉ କି, ଗତକାଲି କେନ୍ଦ୍ର ସରକାର ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିରେ ମୋହର ମାରିଛି କ୍ୟାବିନେଟ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ତିନି କୃଷି ଆଇନ୍‌ ରଦ୍ଦ ନେଇ ମଞ୍ଜୁରୀ ମିଳିଛି ।

@ANI

ABOUT THE AUTHOR

...view details