ଚଣ୍ଡିଗଡ଼: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କୁ 'ଖଳନାୟକ'ର ଆଖ୍ୟା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ତାଙ୍କ ବଦଳରେ ଦେଶର 'ନାୟକ'ମାନଙ୍କୁ ମନେ ରଖିବା ଉଚିତ । ଗତକାଲି (ରବିବାର) ଗୁରୁ ତେଗ ବାହାଦୂରଙ୍କ 400 ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ।
ଔରଙ୍ଗଜେବ ଦେଶର ଖଳନାୟକ: ହରିୟାଣା ମୁଖ୍ୟମନ୍ତ୍ରୀ - ଔରଙ୍ଗଜେବଙ୍କୁ ଖଳନାୟକ କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ
ମୋଗଲ ସମ୍ରାଟ ଔରଙ୍ଗଜେବଙ୍କୁ 'ଖଳନାୟକ'ର ଆଖ୍ୟା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ତାଙ୍କ ବଦଳରେ ଦେଶର 'ନାୟକ'ମାନଙ୍କୁ ମନେ ରଖିବା ଉଚିତ ବୋଲି କହିଲେ । ଅଧିକ ପଢ଼ନ୍ତୁ
ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି, ଦେଶ ସ୍ବାଧିନତା ପାଇବା ପରେ ମଧ୍ୟ ପ୍ରକୃତ ଇତିହାସ ଲୋକଙ୍କୁ କୁହାଯାଇନାହିଁ । ଅନ୍ୟାୟ, ଅତ୍ୟାଚାର, ଧାର୍ମିକ ସ୍ବାଧିନତା ତଥା ମାନବିକତା ପାଇଁ ଗୁରୁ ତେଗ ବାହାଦୂର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଇତିହାସ କହୁଛି, ଜଣେ କାଶ୍ମୀର ପଣ୍ଡିତଙ୍କ ପ୍ରତିନିଧି ତେଗ ବାହାଦୂରଙ୍କୁ ଭେଟି ଔରଙ୍ଗଜେବଙ୍କ କୃରତା ଶାସନ କବଳରୁ ସଭିଙ୍କୁ ରକ୍ଷା କରିପାରିବା ପାଇଁ ନିବେଦନ କରିଥିଲେ । ଔରଙ୍ଗଜେବଙ୍କୁ 'ଖଳନାୟକ'ର ଆଖ୍ୟା ଦେଇ ମନୋହର ଲାଲ କହିଛନ୍ତି ଦେଶ ପାଇଁ ବଳିଦାନ ଦେଇଥିବା 'ମହାନାୟକ' ମାନଙ୍କୁ ମନେ ରଖିବା ଉଚିତ । ଦେଶର ଇତିହାସରେ 'ଖଳନାୟକ'ଙ୍କ ଏବଂ ନାୟକ ଅଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଐତିହାସିକମାନେ 'ଖଳନାୟକ'ଙ୍କୁ ନାୟକର ଆଖ୍ୟା ଦେଇ ପ୍ରକୃତ ନାୟକଙ୍କୁ ଭୁଲି ଯାଇଛନ୍ତି।